ହିଞ୍ଜିଳିବ୍ଲକର ଗୋଟିଏ ପରିବାରର ଚାରି ବଧୂ ଜାତୀୟ ସ୍ତରରେ ୱାମେନ୍ ଏଣ୍ଟରପ୍ରିନିୟରସ ଆୱାର୍ଡ଼ରେ ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) କୂଳବଧୁ ସହ ନିଜ ପରିବାରର କର୍ତ୍ତବ୍ୟ କରି ବାଣିଜ୍ୟ କ୍ଷେତ୍ରରେ ଉଲେଖନିୟ ଅବଦାନ କରିପାରିଥିବା ସହ ସମାଜ ସେବା କାର୍ଯ୍ୟ ନିମନ୍ତେ, ହିଞ୍ଜିଳି ବ୍ଲକ ସ୍ଥିତ ଶାସନ ଆମ୍ଭଗା ଗ୍ରାମର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଅର୍ଜୁନ ସାବତଙ୍କ ଚାରି ନାତୁଣୀ ବୋହୁ ଶ୍ରୀମତୀ ଉଷା ପାଢ଼ୀ, ଶ୍ରୀମତୀ ସଂଗୀତା ସାବତ , ଶ୍ରୀମତୀ ସୁନୀତା ସାବତ ଓ ଶ୍ରୀମତୀ ସସ୍ମିତା ରାଣୀ ପଣ୍ଡା ( ସାବତ )ଆଜି ଭୁବେଶ୍ବରରେ ହୋଟେଲ ନ୍ୟୁ ମେରିଡିୟେନ୍ ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଶା କୋର୍ପର୍ଟ ଫାଉଣ୍ଡେସନ ତରଫରୁ ଜାତୀୟ ୱାମେନ୍ ଏଣ୍ଟରପ୍ରିନିୟରସ ଆୱାର୍ଡ଼ ର ମୋମେଣ୍ଟ ଦେଇ ବିଶିଷ୍ଟ୍ ଅତିଥି ମାନେ ସମ୍ମାନୀତ କରିଥିଲେ। ଶ୍ରୀମତୀ ଉଷା ପାଢ଼ୀ ହୋମ ବ୍ଲିଶ ପ୍ରତିଷ୍ଠା କରି ଅର୍ଗନିକ ଆଚାର,ପାମ୍ପଡ ତଥା ବହୁ ସୁସ୍ଵଦ୍ୟା ଖାଦ୍ୟ ସାମଗ୍ରୀ ପ୍ରୋଡାକ୍ସନ୍ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିବା ସହ ମାଇ ସ୍କୁଲ ଇଟାଲୀ ମାଧ୍ୟମ ରେ ଉଚ୍ଚ କୋଟିର ଶିକ୍ଷା ପ୍ରଦାନ ସହ ବହୁ ମହିଳା ଙ୍କୁ କର୍ମ ସସ୍ତାନ ଦେଇ ପାରିଛନ୍ତି ସ୍ବାମୀ ଶ୍ରୀ ଜଗନ୍ନାଥ ପାଢ଼ୀ ଙ୍କ ସହୋଯୋଗରେ ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।ଶ୍ରୀମତୀ ସଂଗୀତା ସାବତ ଓମ୍ ସାଇ ରାଇସ ମିଲ୍ ର ପରିଚାନା ନିର୍ଦ୍ଦେଶିକା ସହ ଓମ୍ ମା ଠାକୁରାଣୀ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ଭାବେ ନିଜର ବ୍ୟବସାୟ ପରିଚାଳନା କରି ଆସିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଛନ୍ତି । ସ୍ବାମୀ ସମାଜସେବୀ ବିଭୂତି ସାବତ ଓ ଶଶୁର ଶ୍ରୀ ଅଭିରାମ ସାବତ ଙ୍କ ପରାମର୍ଶ ରେ ଜଣେ କୁଶଳୀ ବ୍ୟବସାୟୀ ହୋଇ ନିଜ ଅଞ୍ଚଳ ର ବିକାଶ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି।ସେହିପରି ଶ୍ରୀମତୀ ସୁନୀତା ସାବତ ସ୍ବାମୀ ବିଶିଷ୍ଟ ଯୁବ ନେତା ଶ୍ରୀକାନ୍ତ ସାବତଙ୍କ ସହୋଜୋଗରେ ଓ ଶଶୁର ବିଶିଷ୍ଟ ପରିବେଶବିତ ସମାଜସେବୀ ସ୍ୱର୍ଗତ ଅଚ୍ୟୁତ ରାମ ସାବତ ଙ୍କ ପ୍ରେରଣାରେ ସାଇରେକ୍ସ ଡ଼ାଇଗୋନେଷ୍ଟିକ ଓ ତାରିଣୀ ଏସୋସିଟ୍ ର ପରିଚାଲନା ନିର୍ଦ୍ଦେଶିକା ଭାବେ ଗଞ୍ଜାମ, ଝାରସୁଗଡା, ବଡବିଲ ଠାରେ ନିଜର ବାଣିଜ୍ୟ ପ୍ରତିଷ୍ଠା କରି ସ୍ବାବଲମ୍ବୀ ହେବାସହ ବହୁ ଯୁବକ ଯୁବତୀ ଙ୍କୁ ନିଯୁକ୍ତ କରିପାରିଛନ୍ତି।ସେହିପରି ଶ୍ରୀମତୀ ସସ୍ମିତା ରାଣୀ ପଣ୍ଡା ସ୍ବାମୀ ବିକ୍ରମ ସାବତ ଓ ପରିବାର ସଦସ୍ୟଙ୍କ ସହୋ ଯୋଗରେ ଅନ୍ୟ ବ୍ୟବସାୟ ସହ ନିଜ ଗ୍ରାମରେ ଆଟୋମେଟିକ ଜଗନ୍ନାଥ ଚୁଡ଼ା ମିଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଗୋଟିଏ ଗ୍ରାମର ଗୋଟିଏ ପରିବାରର ଚାରି ବଧୁଙ୍କ ଏ ସଫଳ ନିମନ୍ତେ ମହାନ୍ ସଙ୍ଘ, ଅନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ସଭାପତି ସୁଶାନ୍ତ ସାବତ ସମେତ୍ତ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି।