ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ବନ ମହୋତ୍ସବ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) “ବୃକ୍ଷ ରୋପଣ ଆଡ଼କୁ ଗୋଟିଏ ପାଦ”କୁ ଲକ୍ଷ୍ୟ ରଖି ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ ଆନୁକୂଲ୍ୟରେ ବନମହୋତ୍ସବ ଗତକାଲି ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଡ଼ଃ ସ୍ୱସ୍ତିକା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାରା ଲଗାଇ “ଲାଇଫ ଫର ଟ୍ରି”ର ଉଦ୍ଦେଶ୍ୟକୁ ଗୁରୁତ୍ୱାରୋପ କରିଥିଲେ । ଏଥିରେ ପ୍ରାଧ୍ୟାପକ ମାନସ ମୋହନ ବଳିୟାର ସିଂ ଏବଂ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ, ସାଇ ଲଷ୍ମୀ ଅମ୍ବାତି, ବିଦ୍ୟାଧର ସେଠୀ ଓ ଛାତ୍ର ସ୍ଵେଚ୍ଛାସେବୀ ଏନ.ନିଳମାଧବ ପାତ୍ର ପ୍ରମୁଖ ମହାବିଦ୍ୟାଳୟ ପରିସରରେ ଏକାଧିକ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସଏସର ଛାତ୍ର ଛାତ୍ରୀ ସ୍ଵେଚ୍ଛାସେବୀ ଅମର ମୁନି, ସୁରଜ ବିଶ୍ଵାଳ, ଦିନେଶ୍ ନାହାକ ସହ କଲେଜର କର୍ମଚାରୀ ନିଲା, ମିଥୁନ ଓ ସୁଜିତ ଆଦି ସମସ୍ତେ ସହଯୋଗ କରିଥିଲେ । ଅଧ୍ୟାପକ ଅକ୍ଷୟ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଶେଷରେ ଅଧ୍ୟାପକ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ