ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦର ମିଳିତ ଭାବେ ବିଜେଡିର ଲୋକସମ୍ପର୍କ ପଦଯାତ୍ରା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦର ମିଳିତ ଭାବେ ବିଜେଡିର ଲୋକସମ୍ପର୍କ ପଦଯାତ୍ରା କରାଯାଇଥିଲା l ହିଞ୍ଜିଳି ବିଜେଡ଼ିର ଗାନ୍ଧୀ ଜୟନ୍ତୀ ପାଳନ ହୋଇଥିଲା l ଏହି କାର୍ଯ୍ୟକ୍ରମ ପୌର ପରିଷଦର ବିଜେଡି ସଭାପତି ଭୀମସେନ ବେହେରାଙ୍କ ସଭାପତିତ୍ବରେ ଏକ ଶୋଭାଯାତ୍ରା ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଡାକବଙ୍ଗଳା ଠାରୁ ବାହାରି ରଜାସାହି, ରମୁଣି ସାହି, ଥାନାସାହି ଦେଇ ବିଜୁପଟ୍ଟନାୟକ ଛକ ରେ ପହଞ୍ଚିଥିଲା l ସେଠାରେ ଥିବା ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଉଦବୋଧନ ଦେଇଥିଲେ l ଏଥିରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ମହାପାତ୍ର, ଓ ହିଞ୍ଜିଳି ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଙ୍କ ସହିତ ଡି.ବିଶ୍ଵନାଥ, ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ପଲେଇ, ଗଞ୍ଜାମ ଜିଲ୍ଲା ଗ୍ରିଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ଶିବରାମ ଗୌଡ଼ ଓ ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଇ. ସୁଦର୍ଶନ, ପ୍ରଦୀପ ପଣ୍ଡା ଏବଂ ସମସ୍ତ ୱାର୍ଡ଼ ମେମ୍ବର ବ୍ଲକ୍ ଯୁବ ସଭାପତି ମନୋଜ ସାବତ, ଏବଂ ସମସ୍ତ ସରପଞ୍ଚ ଯୋଗଦେଇଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ