ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଓଡ଼ିଶାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମନ୍ଦାର ଗ୍ରାମରେ ଶ୍ରୀବତ୍ସ ପଣ୍ଡା ଓଡ଼ିଶାର ପ୍ରଥମ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ l ଅନ୍ଧ ବିଶ୍ବାସ କୁସଂସ୍କାର ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ ସହ ବହୁ କନ୍ୟା ବିଦ୍ୟାଳୟ,ଗୋଶାଳା,ଗୋ ଚାରଣ ଭୂମି ,ଅସହଯୋଗ ଆନ୍ଦୋଳନ,ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ର ନେତୃତ୍ୱ ନେଇ ଥିଲେ ବୋଲି ଗତକାଲି ତାଙ୍କର ୧୫୩ ତମ ଜୟନ୍ତୀ ଅବସରରେ ସ୍ବାମୀ ସୁଧlନନ୍ଦ୍ ସରସ୍ଵତୀ ପ୍ରକାଶ କରିଛନ୍ତି l ଥିଙ୍କର୍ସ କ୍ଳବ୍ ର ୮୬ ତମ ଆଭlଶୀ ଆଲୋଚନାରେ ସ୍ୱାମୀଜୀ ଯୋଗଦେଇ କହିଲେ ଯେ ଲାଲା ଲଜପତ୍ ରାୟ ଙ୍କ ଲିଖିତ ପୁସ୍ତକ ଆର୍ଯ୍ୟ ଜୀବନ ପlଠ କରି ଶ୍ରୀବତ୍ସ ଅନୁପ୍ରେରିତ୍ ହୋଇଥିଲେ l କଟକ ଆସି ଭକ୍ତକବି ମଧୁସୂଦନ ରାଓ ଙ୍କ ବ୍ରାହ୍ମ ସମାଜ ରେ ଯୋଗ ଦେଇଥିଲେ ଓ ଭକ୍ତକବି ତାଙ୍କୁ ଉତ୍କଳର ବିଦ୍ୟସlଗର ଭାବେ ସମ୍ମାନିତ କରିଥିଲେ l ସଭାରେ ସଭାପତିତ୍ବ କରି ଥିଙ୍କ ଟାଙ୍କ ର ଆବାହକ ସ୍ୱଦେଶ ସୁନ୍ଦର ପଟ୍ଟନାୟକ କହିଲେ ଗଞ୍ଜାମ ଜିଲ୍ଲାରେ ଗାନ୍ଧୀ ଙ୍କ ସହ ମିଶି ଟିକାଲି,ମଞ୍ଜୁସା ଓ ଜଳନ୍ତର ଗ୍ରାମ ମିଶ୍ରଣ ଓ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ l ଥିଙ୍କର୍ଶ୍ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରି କହିଲେ ବେଦବିତ୍ ଡ ପ୍ରିୟବ୍ରତ ଦାସ ଙ୍କ ପିସା ହେଉଛନ୍ତି ଶ୍ରୀବତ୍ସ ପଣ୍ଡା l ତାଙ୍କରି ପ୍ରେରଣାରେ ଭୁବନେଶ୍ୱରରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ l ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶା କଂଗ୍ରେସ ର ସଭାପତି ଥିବା ବେଳେ ଶ୍ରୀବତ୍ସ ପଣ୍ଡା ସରକାରୀ ଚାକିରି ତ୍ୟାଗ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ର ସଭାପତି ଥିଲେ l ଆମେରିକାରୁ କବୟିତ୍ରୀ ସାହିତ୍ୟିକl ମନୋରମା ଚୌଧୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଆଗାମୀ ଆଲୋଚନା ସମ୍ବିଧାନ ର ଆମୂଳଚୁଳ ସଂଶୋଧନ ଜରୁରୀ କି ? ବିଷୟରେ ଅନୁଷ୍ଠିତ ହେବ l ଆଲୋଚନା ଓ ୟୁ ଟ୍ୟୁବ୍ ରେ ବହୁ ଶ୍ରୋତା ଅଂଶ ଗ୍ରହଣ କରିଥିଲେ l

ରିପୋର୍ଟ : ବରଦା ଦାସ,ସଭାପତି, ଥିଙ୍କର୍ଶ କ୍ଳବ୍ ଓ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦେଶକ