ହିଞ୍ଜିଳିକାଟୁ ଫୋଟ ଓ ଭିଡ଼ିଓ ୱେଲ୍ ଫର୍ ଆସୋସିଏସନର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ସମଳାଇ ମନ୍ଦିରରେ ହିଞ୍ଜିଳିକାଟୁ ଫୋଟ ଏବଂ ଭିଡିଓ ୱେଲଫର୍ ଆସୋସିଏସନ ତତଫରୁ ସଭାପତି ଶ୍ରୀ ନବକଳେବର ପଣ୍ଡା ବା ଲିଲି ପଣ୍ଡାଙ୍କ ପୌରହିତ୍ୟରେ ୫ତମ ବାର୍ଷିକ ଉତ୍ସବ ପାଳନ ହୋଇଥଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନର ଆୟୋଜନ କରାଯାଇଥିଲା l ଏଥିରେ ସମ୍ପାଦକ ତାରା ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରାଇବା ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ଏଥିସହ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ଉପ ସଭାପତି ନଳିନୀ କାନ୍ତ ମିଶ୍ର ସହସଂପାଦକ ରବିନାରାୟଣ ମହାନ୍ତି, ସୁନିଲ୍ କୁମାର ବାଡ଼ତ୍ୟା, ଟୁଟୁ ବାଡତ୍ୟା, ଲିଙ୍ଗରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ତଥା ଏହି କର୍ମଶାଳାରେ ବହୁ ନାମି ଦାମୀ କମ୍ପାନୀର ଆଲବମ୍ ପ୍ରଦର୍ଶନ କରାଯାଇଥିଲା l ଏଥିରେ ନିକୋନ କମ୍ପାନୀ ତରଫରୁ ଶିକ୍ଷାଦାନ ବ୍ୟବସ୍ଥା ହୋଇଥିବା ବେଳେ ସିଟି ହସ୍ପିଟାଲ୍ ତରଫରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ମେଣ୍ଟୋରସ କମ୍ପାନୀ ର ସନ୍ତୋଷ କୁମାର ନିକନ କମ୍ପାନୀ ର ଦକ୍ଷିଣ ଓଡ଼ିଶା ମୂଖ୍ୟ ଦେବେଶ୍ ମାଝୀ ଓ ଏ ଏସ ଏମ ଦେବାଂଶୁ ପଟ୍ଟନାୟକ କର୍ମଶାଳା ପରିଚାଳନା କରିଥିବା ବେଳେ ଆସୋସିଏସନର ବହୁ କର୍ମକର୍ତ୍ତା ସହୋଯୋଗ କରିଥଲେ l

ରିପୋର୍ଟ୍= ରଜତ ପଟ୍ଟନାୟକ