ମନ ମୋହୁଚି ଆମ୍ବପୁଆ ଶ୍ରୀ ସାରସ୍ୱତ ଆଶ୍ରମ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରଙ୍ଗେଇଲୁଣ୍ଡା ବ୍ଲକ୍ ଗଞ୍ଜୁ ଗ୍ରାମ ର ରାଧା କୃଷ୍ଣ ମଠ ର ଶ୍ରୀମଦ୍ ତ୍ରିଦଣ୍ଡୀ ସ୍ବାମୀ ଭକ୍ତି କୁଙ୍କମ ମହାରାଜ ବ୍ରହ୍ମପୁର ନିକଟସ୍ଥ ରଂଗେଇଲୁଣ୍ଡା ବ୍ଲକ୍ ଆମ୍ବପୂଆ ଠାରେ ଅବସ୍ଥିତ ଶ୍ରୀ ସାରସ୍ୱତ ଆଶ୍ରମ ରେ ପହଞ୍ଚି ଭକ୍ତ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିବାବେଳେ ଏକ ମନ୍ତବ୍ୟ ରଖିଥିଲେ l ଭକ୍ତମାନେ ମହାପ୍ରଭୁ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁଙ୍କର ନାମ କୀର୍ତ୍ତନ କରନ୍ତୁ ତାହାଦ୍ୱାରା ଦେଶର ମଙ୍ଗଳମୟ ଓ ଜନଜାତି, ପଶୁ, ପକ୍ଷୀ ସମସ୍ତଙ୍କର ମଙ୍ଗଳ ହେବ l ଏହାହିଁ ଏହି ଧର୍ମ ର ପ୍ରଚାର କେନ୍ଦ୍ର ଓ ଶାଖା l ଆଗାମୀ ଦିନରେ ପ୍ରଭୁ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁଙ୍କର ନାମ କୀର୍ତ୍ତନ କରନ୍ତୁ l ମହାରାଜ ଙ୍କ ଠାରୁ ମନ୍ତ୍ର ନେବାପାଇଁ ପ୍ରବଳ ବର୍ଷା ସତେ ଭକ୍ତ ଙ୍କ ଆଗମନ ହେଉଥିଲା l ସେହିପରି ଆଶ୍ରମ ର ବ୍ରହ୍ମଚାରୀ ମାନେ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ ପାଇଁ ବହୁତ ସହୋଜୋଗ କରୁଥିଲେ l

ରିପୋର୍ଟ୍=ରଜତ ପଟ୍ଟନାୟକ