ହରିଓମ୍ ଧର୍ମସଭା ଓ ପ୍ରବଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅଧିନ ନଛିମପୁର ଗ୍ରାମର ଆନନ୍ଦ ବଜାର ଠାରେ ଶ୍ରୀ ଶ୍ରୀ ସ୍ୱାମୀ ସ୍ୱରୂପାନନ୍ଦ ପରମହଂସଦେବଙ୍କ ହରିଓମ୍ ଧର୍ମସଭା ଓ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସକାଳେ ସମବେତ ଉପାସନା, ଚରିତ୍ରଗଠନ ଆନ୍ଦୋଳନ ସଭା ଏଂ ଅଖଣ୍ଡ ସଂଗୀତ ପାଠ ଅନୁଷ୍ଠିତ ହୋଇଥଲା । ଏହି ସଭାରେ କବି ନରୋତ୍ତମ ପ୍ରଧାନ ସଭାପତିତ୍ୱରେ ପଶ୍ଚିମବଙ୍ଗର ଜାହାଲଦାରୁ ଆସିଥିବା ଗୁରୁଭଗିନୀ ଉପାସନା ଜେନା ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ଗୁରୁଭ୍ରାତା ସୋଲପଟାର ଦୟାମୟ ପ୍ରଧାନ ଓ ଶିଶୁ ବକ୍ତା ଦୁବାଡିଆର ଜଗଦୀଶ ଜେନା ପ୍ରବଚନ ଓ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବକୁ ନଛିମପୁର ଅଖଣ୍ଡମଣ୍ଡଳୀର ସମ୍ପାଦକ ଗୋପିନାଥ ଜେନା, ଲକ୍ଷ୍ମନାରାୟଣ ଗିରି, ପ୍ରଫୁଲ୍ଲ ଗିରି, ଅତୁଲ ଦଳାଇ, କେଦାର ଜେନା, ମାଧବ ଗିରି ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା