ଛତ୍ରପୁର ଯୁବ ସାମ୍ବାଦିକମାନଙ୍କ ପକ୍ଷରୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ଯୁବ ସାମ୍ବାଦିକମାନଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାର ୫ଜଣ ସାମ୍ବାଦିକଙ୍କ ଉପରେ ମିଛ ଅଭିଯୋଗରେ ପୋଲିସ ଗିରଫ କରିବା ପ୍ରତିବାଦରେ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ମିଛ ଅଭିଯୋଗ ଦେଇଥିବା ଡାକ୍ତରଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି । ଯଦି ପୋଲିସ ଡାକ୍ତରଙ୍କ ମିଛ ଅଭିଯୋଗରେ ପୋଲିସ ସାମ୍ବାଦିକଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣିପାରିଲା ସାମ୍ବାଦିକ ମାନେ ଦେଇଥିବା ଏତଲାକୁ ପୋଲିସ ତିନି ଦିନ ବିତି ଯାଇଥିଲେ ମଧ୍ୟ କାହିଁକି ପଞ୍ଜିକୃତ କରୁନାହିଁ କି ଡାକ୍ତର ମାନଙ୍କୁ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଏବଂ ଯଥାଶୀଘ୍ର ସେହି ଡାକ୍ତରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ମାନେ ଦାବୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ଅଜିତ ସ୍ୱାଇଁ, ବିସ୍ମୟ ପ୍ରଧାନ, ରବୀନ୍ଦ୍ର ନାହାକ, ଇଜୁ ଆମିନ ଖାନ, ଦେବବ୍ରତ ପଣ୍ଡା, ବିରେନ ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା