ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ : ସରକାରୀ ସହାୟତା ପାଇଁ ଦାବି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ କୋଟିକାସାହି ବାସିନ୍ଦା, ଦୁର୍ଗା ପ୍ରସାଦ ବରାଡ଼ଙ୍କ ପୁତ୍ର କେଦାରନାଥ ବରାଡ଼(୪ବର୍ଷ)ଙ୍କ ଜନ୍ମ ହେବ ଏକ ସପ୍ତାହ ମଧ୍ୟରେ ତାଙ୍କ ଦେହରେ ବାହାରିଲା ଫୋଟୋକା, ଦେହର ପ୍ରତ୍ୟେକ ସ୍ଥାନରେ ଫୋଟକା ହେବା ଦ୍ଵାରା ଚାଲିବା, ବସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ତାଙ୍କ ମାତା ପୁଣ୍ୟବତୀ ବରାଡ଼ ଜଣାଇଛନ୍ତି । କେଦାରର ଚିକିତ୍ସା ନିମନ୍ତେ ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ, ବିଶାଖାପାଟଣା ପ୍ରମୁଖ ସ୍ଥାନ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ବିଭିନ୍ନ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ମଧ୍ୟ ସୁସ୍ଥ ହୋଇନଥିବା ଜଣାପଡିଛି । କେଦାରଙ୍କ ବାପା ଜଣେ ଗରିବ ଶ୍ରେଣୀର ଲୋକ । ସେ ଗୋଟିଏ ଦୋକାନରେ କାମ କରି ପରିବାର ଚଲେଇବା ସହ ନିଜ ପୁଅର ଚିକିତ୍ସା କରାଉଛନ୍ତି । ଦୀର୍ଘ ୪ବର୍ଷ ହେବ ନିଜ ପୁଅର ଚିକିତ୍ସା କରାଇ ଆସୁଥିବା ବେଳେ ବର୍ତ୍ତମାନ ଅର୍ଥର ଘୋର ଅଭାବ ହେତୁ ନିଜ ପୁଅର ଚିକିତ୍ସା କରିବାରେ ସମ୍ଭବ ହେଉପାରୁ ନାହିଁ । ତେଣୁ ଚିକିତ୍ସା ପାଇଁ ଅର୍ଥର ଅଭାବ ହେବାରୁ ତାଙ୍କ ପିତା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ଵାରା ସରକାରଙ୍କୁ ଅନୁରୋଧ କରିଛନ୍ତି କି ଯଦି କିଛି ଅର୍ଥ ସରକାରୀ ସ୍ତରରୁ ମିଳେ ତେବେ ପୁଅର ଠିକ ଭାବରେ ଚିକିତ୍ସା କରାଇ ପାରିବି । ଏଥିଯୋଗୁ ସରକାରଙ୍କ ତରଫରୁ ଏହି ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ସାଧାରଣରେ ଦାବି କରାଯାଇଛି ।