ଛତ୍ରପୁରରେ ଭାରତ ବନ୍ଦର ପ୍ରଭାବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦି ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସଙ୍ଗଠନ ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି । ବନ୍ଦ ପାଳନର ପ୍ରଭାବ ଛତ୍ରପୁର ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡିକ ବନ୍ଦ ଥିବା ବେଳେ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଥିଲ। । କେନ୍ଦ୍ର ସରକାରଙ୍କ କୃଷି ମାରଣ ନିତି ଯୋଗୁଁ ଦେଶର ଚାଷୀ ମାନଙ୍କର ଜୀବନ ଜିବିକା ଦୁର୍ବିସହ ହୋଇପଡିଛି । ଦୀର୍ଘ ଦିନ ଧରି କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷି ସଂଗଠନ ପକ୍ଷରୁ ଆନ୍ଦୋଳନ, ଧର୍ମଘଟ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏନେଇ ଆଜି ଭାରତ ବନ୍ଦ ଡାକରା କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବେଳେ ଛତ୍ରପୁର ସହରରେ ବିଭିନ୍ନ ସଂଗଠନ ପକ୍ଷରୁ କଳା କୃଷି ଆଇନ୍ କୁ ପ୍ରତ୍ୟାହାର କରିବା ନିମନ୍ତେ ଦାବି କରାଯାଇଛି । ନବନିର୍ମାଣ କୃଷକ ସଂଗଠନ, କ୍ରାନ୍ତି ଯୁବ ଛାତ୍ର ସଂଘ, ଋଷିକୁଲ୍ୟା ରୟତ ମହାସଭା, ବହୁଜନ କ୍ରାନ୍ତି ମୋର୍ଚ୍ଚା, କଂଗ୍ରେସ ଦଳ ଓ ଦଳିତ ସହାୟିକା ପ୍ରତିଷ୍ଠାନ ସଂଘ ପକ୍ଷରୁ ଛତ୍ରପୁର ସହରରେ ଥିବା ସମସ୍ତ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରିବା ସହିତ ଭାରତ ବନ୍ଦରେ ସାମିଲ୍ ହେବା ପାଇଁ ଡାକରା ଦେଇଥିଲେ । ଏହାସହ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ । ଏଥିରେ ନବ ନିର୍ମଣା କୃଷକ ସଂଗଠନର ଇଜୁ ଆମିନ ଖାନ୍‌, କ୍ରାନ୍ତି ଯୁବ ଛାତ୍ର ସଂଘର ଡି.ଗୋପାଳ ରାଓ, କ୍ରିଷ୍ଣା ରେଡ୍ଡି, ବିରେନ ରାଉଳ, ଋଷିକୁଲ୍ୟା ରୟତ ମହାସଭାର ଜିଲ୍ଲା ସମ୍ପାଦକ ସିମାଂଚଳ ନାହାକ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ, ଦଳିତ ସହାୟକ ପ୍ରତିଷ୍ଠାନ ସଂଘର ସଭାପତି କାଳୁ ଚରଣ ନାୟକ, ସିପିଏମ ନେତା ପର୍ଶୁରାମ ଗୈାଡ, କଂଗ୍ରେସ ଦଳର ଯୁବନେତା ଟି. କ୍ରିଷ୍ଣା ରେଡ୍ଡି ଓ ମହେଶ ଗୌଡଙ୍କ ସମେତ ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ ।