ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକତା ନବଜାଗରଣର ସ୍ରଷ୍ଟ। ଥିଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଜିକି ୧୩୦ ବର୍ଷ ପୂର୍ବେ ଆମେରିକା ଚିକାଗୋ ବିଶ୍ଵ ଧର୍ମ ମହାସଭା ରେ ଭାଷଣ ଦେଇ ସ୍ବାମୀ ବିବେକାନନ୍ଦ ୩୦ ବର୍ଷ ବୟସରେ ନବଜାଗରଣ ସୃଷ୍ଟି କରିଥିଲେ l ସେହି ସ୍ମୃତି କୁ ସ୍ମରଣ ତଥା ତାର ପ୍ରାସଙ୍ଗିକତା ସମ୍ପର୍କରେ ବିଦ୍ୱାନ ମାନଙ୍କୁ ନେଇ ଥିଙ୍କର୍ଶ କ୍ଳବ୍ ର ୮୪ ତମ ଆଭlଶୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ରାମ କୃଷ୍ଣ ଆଶ୍ରମ ହlଟ ମୁନିଗୁଡା ରାୟଗଡ଼ା ରୁ ସ୍ବାମୀ ପ୍ରଭୁବରାନନ୍ଦ୍ ସଭାପତିତ୍ବ କରି ବିବେକାନନ୍ଦ ଙ୍କ ଚିକାଗୋ ଧର୍ମମହସଭା ରେ ବକ୍ତବ୍ୟ ର ବିଭିନ୍ନ ଦିଗ ଉପରେ ତାଙ୍କର ଦାର୍ଶନିକ ଅଭିବ୍ୟକ୍ତି ରଖିଥିଲେ l ତାମିଲନାଡୁ କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ର ର ଜୀବନ ବ୍ରତୀ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ କହିଲେ ଯେ ସନାତନ ଧର୍ମ ସବୁ ଧର୍ମର ଜନନୀ ବୋଲି ବିବେକାନନ୍ଦ ତାଙ୍କ ବକ୍ତବ୍ୟ ରଖିଥିଲେ l ଓଡ଼ିଶା ରାମ କୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ସମିତି ର ଆବାହକ ଅଧ୍ୟାପକ ସର୍ବେଶ୍ଵର ସାହୁ ନିର୍ବିକଳ୍ପ ସମାଧି, ସ୍ବାମୀ ବିବେକାନନ୍ଦ, ଗୁରୁ ରାମକୃଷ୍ଣ ଓ ଚିକାଗୋ ଧର୍ମ ମହାସଭାରେ ସ୍ବାମୀଜୀଙ୍କ ବକ୍ତବ୍ୟ ସମର୍କରେ ସାର ଗର୍ଭକ ବକ୍ତବ୍ୟ ଦେଇଥିଲେ l ଥିଙ୍କର୍ଶ କ୍ଳବ୍ ସଭାପତି ବରଦା ଦାସ ସଭା ସଂଯୋଜନା କରି କହିଲେ ଚିକାଗୋ ରେ ବିବେକାନନ୍ଦ ଆଧ୍ୟାତ୍ମିକତା କୁ ପ୍ରସଫୁଟିତ କରିଥିଲେ l ରାମକୃଷ୍ଣ ଓ ବିବେକାନନ୍ଦ ଓଡ଼ିଶା ଆସିବାର କୌଣସି ପ୍ରମାଣ ନାହିଁ ବୋଲି ପ୍ରକାଶକରି ଥିଲେ l ପ୍ରଫେସର ଉମାଶଙ୍କର ମିଶ୍ର, ମନମୋହନ ଆଚାର୍ଯ୍ୟ ପ୍ରଶ୍ନ ପଚାରି ଥିବାବେଳେ ପ୍ରଫେସର ଡ୍ ପୁଷ୍ପାଞ୍ଜଳି ପରିଡ଼ା,ପ୍ରଫେସର ପ୍ରମୋଦ ଶତପଥୀ,ମନୋଜ କୁମାର ଗୁମନ୍ ସିଂହ, ବିଭୁଦତ୍ତ ମହାନ୍ତି,ପ୍ରଶାନ୍ତ ମଣ୍ଡଳ,ସଚିନ କ୍ରିଷ୍ଣା ସାନ,ସlମ୍ବlଦିକ ଶରତ ବେହେରା,ସାଗରିକା,ସୁଧରସ୍ମି,ସିତାରାମ ବେହେରା ଆଦି ଓ ୟୁ ଟ୍ୟୁବ୍ ରେ ବହୁ ଲୋକ ଅଂଶ ଗ୍ରହଣ କରି ଥିଲେ l ଶେଷରେ ଅଧ୍ୟାପକ ଡ ବୈରାଗୀ ଚରଣ ପଟ୍ଟନାୟକ ପାଶ୍ଚାତ୍ୟ ଦେଶରେ ବିବେକାନନ୍ଦ ଭାତୃଭାବ ଓ ମାନବବlଦ ଉପରେ ଗୁରୁତ୍ବ ଦେଇଥିଲେ ବୋଲି କହି ଧନ୍ୟବାଦ୍ ଅର୍ପଣ କରିଥିଲେ l ପରବର୍ତ୍ତୀ ଆଲୋଚନା ରମାଦେବୀ ଙ୍କ ବିଷୟରେ ଅନୁଷ୍ଠିତ ହେବ l

ବରଦା ଦାସ
ସଭାପତି, ଥିଙ୍କର୍ଶ କ୍ଳବ୍