ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣ ବଳତ୍କାର ଅଭିଯୋଗ : ୩ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦନଗରପାଟଣା ପଞ୍ଚାୟତର କୁବାଡିଆ ଗାଁର ଜଣେ ସ୍ୱାମୀ ପରିତ୍ୟକ୍ତା ୩୫ବର୍ଷିଆ ମହିଳା ଏବେ ବାପଘର ସର୍ଦ୍ଦାରବନ୍ଧ ପଞ୍ଚାୟତ ଅଞ୍ଚଳରେ ୩ବର୍ଷ ଧରି ରହିଆସୁଛନ୍ତି । ଶ୍ରମଜିବୀ ଭାବେ କାର୍ଯ୍ୟକରି ସେ ତାର ୪ ସନ୍ତାନକୁ ପ୍ରତିପୋଷଣ କରି ଆସୁଥିବାରୁ ଗତ ୧୭ ତାରିଖରେ ନିଜର ବନ୍ଧୁ ଲିସ୍କୁ ଟୁଡୁଙ୍କ ସହିତ ରାଇବଣିଆ ପଞ୍ଚାୟତର ସାଇପଦା ଗାଁକୁ ପାରିଶ୍ରମିକ ଆଣିବାକୁ ଯାଇଥିଲେ । ସେଠାରୁ ବନ୍ଧୁ ଲିସ୍କୁ ସହିତ ସାଇକେଲରେ ଫେରୁଥିବା ବେଳେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ । ଲୁସ୍କୁ ଭୟରେ ଦୌଡି ପଳାଇଥିବା ବେଳେ ମହିଳା ଜଣକୁ ସେମାନେ ଏକ ବାଉଁଶବୁଦ ମୁଳକୁ ଟେକିନେଇ ଥିଲେ । ଜଣେ ଜଣେ ୫ଜଣ ଯାକ ତା ସହିତ ବଳତ୍କାର କରିବା ପରେ ଘଟଣା ସଂପର୍କରେ ବାହାରେ ପ୍ରକାଶ କଲେ ତାକୁ ଜୀବନରୁ ମାରିଦେବେ ବୋଲି ଧମକ୍ ଦେଇଥିଲେ । ମହିଳା ଜଣକ ଘଟଣା ସଂପର୍କରେ ଗାଁରେ ପ୍ରକାଶ କରିନଥିବା ବେଳେ ଲୁସ୍କୁ ପ୍ରଘଟ କରିଥିଲା । ଫଳରେ ମହିଳା ଜଣକ ଘଟଣାର ୧୦ ଦିନ ପରେ ୨୮ ତାରିଖ ସଂଧ୍ୟାରେ ଏକ ଲିଖିତ ଅଭିଯୋଗ ରାଇବଣିଆ ଥାନାରେ ଦେଇଥିଲା । ରାଇବଣିଆ ପୋଲିସ୍ ମାମଲା ନଂ ୫/୨୦ ରୁଜୁ କରି ସାଇଁପଦା ଗାଁର ଦାସ ମାରାଣ୍ଡି, ଅର୍ଜୁନ ମୁର୍ମୁ, ନଟାବାଡ ଗାଁର ଚନ୍ଦନ ଦୋହୁରୀକୁ ଅଟକ ରଖି ଡାକ୍ତରି ପରୀକ୍ଷା କରିଥିବା ଥାନା ଅଧିକାରୀ ରବିନାରାୟଣ ବେହେରା କହିଛନ୍ତି । ଏ ୩ଜଣଙ୍କ ବ୍ୟତିତ ଅନ୍ୟଜଣେ ନା ବାଳକ ଘଟଣା ସହିତ ସଂପୃକ୍ତ ଥିବାରୁ ପୋଲିସ୍ ତାକୁ ମଧ୍ୟ ଖୋଜୁ ଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା