ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ଆର୍ଥିକ ସୌଜନ୍ୟରେ ଉତ୍ସର୍ଗୀକୃତ !

ସ୍ୱର୍ଗୀୟ ଶିକ୍ଷୟିତ୍ରୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ନିମନ୍ତେ ତାଙ୍କ ପରିବାର ପ୍ରୟାସ ଜାରୀ ରଖିଛନ୍ତି । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀପଟ୍ଟନାୟକଙ୍କ ସ୍ମାରକୀ ପୁରସ୍କାର ଓ ମେଧାବୀ ସମ୍ମାନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ପ୍ରକାଶ ଥାଉକି, ସ୍ୱର୍ଗୀୟ ସରୋଜିନୀ ଦିଦିଙ୍କ ସ୍ୱାମୀ ଅବସରପ୍ରାପ୍ତ ସରକାରୀ ଅଫିସର କିଶୋର କୁମାର ପଟ୍ଟନାୟକ ଜଣେ ସାଧୁବାଦୀବ୍ୟକ୍ତି ଅଟନ୍ତି । ତାଙ୍କ ଧର୍ମପତ୍ନୀଙ୍କ ସ୍ମୃତି ନିମନ୍ତେ ଅଦ୍ୟାବଧି ନିଜର ଗୁରୁଦାୟିତ୍ୱ ସମ୍ପନ୍ନ କରିଆସୁଛନ୍ତି । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀପଟ୍ଟନାୟକ ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ ରାଜ୍ୟସରକାରଙ୍କ ଶିକ୍ଷାବିଭାଗରେ ନିଯୁକ୍ତି ପାଇଥିଲେ । ସେ ଛାତ୍ରବତ୍ସଳା, ଉତ୍ସାହୀ, ମେଳାପି ଶିକ୍ଷୟିତ୍ରୀ ଥିଲେ । ବିଦ୍ୟାର୍ଥୀଙ୍କ ପ୍ରତି ରହିଥିବା ତାଙ୍କର ଅନାବିଳ ସ୍ନେହ, ମମତାକୁ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ତାଙ୍କର ଶ୍ୱଶୁର ଘର ଗ୍ରାମ ତଥା କିଶୋର କୁମାର ପଟ୍ଟନାୟକଙ୍କ ଜନ୍ମମାଟିରେ ଅବସ୍ଥାପିତ ତଥା ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ରାଜପୁର ହାଇସ୍କୁଲ, ଓ ରାଜପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରତିବର୍ଷ ପ୍ରତିଟିଶ୍ରେଣୀର ପ୍ରଥମସ୍ଥାନରେ କୃତୀତ୍ତ୍ୱ ହାସଲ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତିନାମାରେ ସମ୍ମାନୀତ କରାଯାଉଛି । ଏଥିପାଇଁ ଦିଦିଙ୍କ ନାମରେ ଏକ ଲକ୍ଷଟଙ୍କା ରାଜପୁର ହାଇସ୍କୁଲ କମିଟୀଙ୍କ ଜମାଖାତାରେ ବ୍ୟାଙ୍କରେ ସଞ୍ଚୟଖାତାରେ ଫିକ୍ସଡ଼ ଡ଼ିପୋଜିଟ କରାଯାଇ ସେହି ସଞ୍ଚୟଜମାର ସୁଧତକ ଟଙ୍କା ମେଧାବୀ ପିଲାମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଉଛି । ଠିକ ସେହିପରି ରାଜପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ରଭାବେ ଏକ ଲକ୍ଷଟଙ୍କା ସୁରକ୍ଷିତ କରାଯାଇଛି । ଏପରିକି ଇତିମଧ୍ୟରେ ଛତ୍ରପୁର ସହରାଞ୍ଚଳସ୍ଥ ରିକାପଲ୍ଲୀ ଉଚ୍ଚପ୍ରାଥମିକବିଦ୍ୟାଳୟରେ ଦିଦିଙ୍କ ସ୍ମୃତିରକ୍ଷାକୁ ପ୍ରତିପାଳନ ଉଦ୍ଦେଶ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ମାନର୍ଥେ ଏକ ଲକ୍ଷଟଙ୍କା ପ୍ରଦାନ କରାଯାଇଛି ଏବଂ ମୋସ୍କୁଲ ସୌଜନ୍ୟତା ସ୍ୱରୂପ ଆଉ ୫୦ହଜାର ଟଙ୍କା ଦିଆଯାଇଛି । ଏହା ସ୍କୁଲ କମିଟୀରେ ଦୀର୍ଘମିଆଦୀ ଯୋଜନାରେ ଜମାକରାଯାଇଛି । ଆଦର୍ଶ ଶିକ୍ଷୟିତ୍ରୀ ସ୍ୱର୍ଗୀୟ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ରିକାପଲ୍ଲୀ ସ୍କୁଲକୁ ସର୍ବମୋଟ ଏକ ଲକ୍ଷ ୫୦ହଜାର ଟଙ୍କା ଦାନ କରାଯାଇଛି । ସୂଚନାଯୋଗ୍ୟ ଯେ’ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦିଦିଙ୍କ ସ୍ୱାମୀ କିଶୋର କୁମାର ପଟ୍ଟନାୟକ ବିଇଓ ସୀତାରାମ ପାତ୍ରଙ୍କୁ ଏକ ଚେକ୍ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଛି । ଆନୁଷ୍ଠାନିକ ଭାବେ ଏହି ନଗଦ ଚେକ୍ ପ୍ରଦାନ ବେଳେ ଅନ୍ୟମାନଙ୍କମଧ୍ୟରେ ଏବିଇଓ ନିଗମାନନ୍ଦ ପଣ୍ଡା ଓ ଶ୍ରୀମତୀ ସୁଧାଂଶୁ ବାଳା ପଟ୍ଟନାୟକ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ଇନଚାର୍ଜ ତଥା ରିକାପଲ୍ଲୀ ଉଚ୍ଚପ୍ରାଥମିକବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରୀତାରଥ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଇ ସୌଜନ୍ୟମୂଳକ ଭାବେ ଆର୍ଥିକ ସେବା ଯୋଗାଇଥିବା ହେତୁ ଛତ୍ରପୁରର ଜନସାଧାରଣ ତଥା ବୁଦ୍ଧିଜୀବିଗଣ କିଶୋର କୁମାର ପଟ୍ଟନାୟକ ଓ ତାଙ୍କ ପରିବାରବର୍ଗଙ୍କୁ କୃତଜ୍ଞତାର ସହ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା