ଜିଲ୍ଲା କଂଗ୍ରେସ ତରଫରୁ କର୍ଣ୍ଣାଟକ ବିଜୟ ଉତ୍ସବ ପାଳିତ…

ବ୍ରହ୍ମପୁର: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଛି ।ସ୍ଥାନୀୟ ବାପୁଜି ଆଶ୍ରମ ଠାରେ କଂଗ୍ରେସ ତରଫରୁ ମିଠା ଓ ବାଣ ଫୁଟାଇ କର୍ଣ୍ଣାଟକ ଜନମତକୁ ସ୍ୱାଗତ କରାଯାଇଥିଲା । ସମ୍ପ୍ରଦାୟିକଦାବାଦୀ ଓ ବିଭେଦକାରୀ ଶକ୍ତି ବିପକ୍ଷରେ ଏହା ଜନମତ । ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରାର ପ୍ରଭାବ ଓ ଶାନ୍ତିକର୍ମୀ କର୍ଣ୍ଣାଟକ ବାସୀ ଘୃଣା ସୃଷ୍ଟିକାରୀ ବିଜେପି ଓ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ କର୍ମୀମାନେ ଖୁସିବ୍ୟକ୍ତ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ପିସିସି ମୁଖପାତ୍ର ପୀତବାସ ପଣ୍ଡା,ମୁନା ରେଡି,ମହେଶ୍ୱର ପାତ୍ର, ଭୀମରାଜୁ ରେଡି,ଶଙ୍କର ଅଧିକାରୀ, ଡବ୍ଲୁ ବାଳକ୍ରୀଷ୍ଣା ,ଦେବେନ୍ଦ୍ର ଚର୍ଚି,ନଗର କଂଗ୍ରେସ ସଭାନେତ୍ରୀ ଶୁଭାସିନୀ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା,ବୃନ୍ଦାବନ ଖଟେଇ ,ଦଣ୍ଡପାଣି ପାତ୍ର, ସନାତନ ସାହୁ,ରିତା ଦଳେଇ, ଗୀତାଞ୍ଜଳି ସାହୁ,ରଶ୍ମିତା ସାହୁ,ରିନା ନାୟକ,ବବିତା ନାୟକ ,ଜ୍ୟୋତି ରେଡି,ରଂଜିତା ମୁନି,ବୈଜନ୍ତିମାଳା ସାହୁ,ଶର୍ମିଳା ଚର୍ଚି, ବିଶ୍ୱନାଥ ରଣା, ରଞ୍ଜିତ ଚର୍ଚି ,ରାଜୁ ରେଡ଼ି ପ୍ରମୁଖ ଯୋଗଦେଇଥିଲେ ।