ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସ୍ଥିତ ବପୁଜି ଆଶ୍ରମ ଠାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀଜୀଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ବହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସୃତି ଚାରଣ କରାଯାଇ, ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାପ୍ରଣ କରାଯାଇଥିଲା । ଏବଂ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ନୀତି ଆଦର୍ଶରେ ଚାଲିବାକୁ ଶପଥ ନିଆଯାଇ ଥିଲା । ଏହି ଅବସରରେ ଧର୍ମା ରେଡ୍ଡୀ, ବିସ୍ମୟ ମହାପାତ୍ର, ଚିନ୍ମୟ କୁମାର ହୋତା, ଏସ.ଦଣ୍ଡପାଣି, କିଶୋର କପୁର, ଦେବାଶିଷ ମହାନ୍ତି, ସଂଗ୍ରାମ ରାଉତ, ଭବାନୀ ସାହୁ, ସୁପ୍ରଭା ଦାସ, ସିଦ୍ଧାନ୍ତ ସାହୁ, ସୁବୋଧ ସ୍ୱାଇଁ, ମହେଶ ସାହୁ, ଦିବାକର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା