ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ୧୦୩ତମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଈନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଜଳେଶ୍ୱର କୋର୍ଟ ବଜାରଠାରେ ନିରାଡମ୍ବରରେ ତାଙ୍କ ଜୟନ୍ତୀ ପାଳିତ ହୋଇଛି । ଏଥିରେ ବରିଷ୍ଠ ଆଇନ୍‌ଜୀବୀ ସତ୍ୟସୁନ୍ଦର ଦାସ ଅଧ୍ୟକ୍ଷତା କରି ଲୌହମାନବି ଈନ୍ଦିରା ଗାନ୍ଧୀଙ୍କର ଦେଶ ପ୍ରତି ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସୂଚନା ଦେଇଥିଲେ । ଦେଶପାଇଁ ପାଣବଳୀ ଦେଇଥିବା ୰ ଈନ୍ଦିରାଗାନ୍ଧୀଙ୍କ ଜୀବନୀ ସଂପର୍କରେ ଆଲୋଚନା ହୋଇଥିଲା । କଂଗ୍ରେସର ପୌର ସଭାପତି ରିଆଜ ଖାଁ, ଆଇନ୍‌ଜିବି ସବ୍ୟସାଚୀ ଦାସ, ଗିରିଜା ଶଂକର ଦାସ, ନିଗମ ବ୍ରହ୍ମ, ମଦନ ମୋହନ ରାଉଳ, ବାର୍ ସଭାପତି ଅବଧୁତ ଜେନା, ଜଗଦୀଶ ନନ୍ଦି, ପ୍ରଦୀପ ଭଂଜ, ରଂଗିତ ଗିରି, ଯଦୁ ନାୟକ ପ୍ରମୁଖ ଉପସ୍ଥିତ ରହି ଈନ୍ଦିରା ଗାନ୍ଧୀଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ ।