ସ୍ମଶାନ ଜମିକୁ ଜବର ଦଖଲ ଅଭିଯୋଗରେ ଏସପିଙ୍କୁ ସ୍ମାରକ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ତହସିଲ, ରମ୍ଭା ଥାନା ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତ ଅଧିନସ୍ଥ ବାଦପଲ୍ଲୀ ଗ୍ରାମରେ ରହିଥିବା ସ୍ମଶାନ ଜମିକୁ ଜବର ଦଖଲ କରିବା ସହ ଗ୍ରାମବାସୀଙ୍କୁ ଦବଙ୍ଗ ଗିରି ଦେଖାଇ ସେଠାରେ ଗୃହ ନିର୍ମାଣ କରାଯାଉଥିବା ନେଇ ଏକ ପ୍ରତିନିଧି ଦଳ ଏସପି ବ୍ରିଜେଶ କୁମାର ରାୟଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୧୫ ନମ୍ବର ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୁର୍ବତନ ଜିଲ୍ଲାପାରିଷଦ ସଦସ୍ୟ କୀର୍ତ୍ତନ ଦାସ, ଦଳିତ ସମ୍ପ୍ରଦାୟ ନେତା ଭୀମସେନ ବେହେରା, ଲକ୍ଷ୍ମୀ ଚରଣ ପାହାନ ପ୍ରମୁଖ ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଗରିବ ଦଳିତ ସମାଜ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଏନେଇ ଗତ ଗୁରବାର ଦିନ ଗ୍ରାମବାସୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା