ସ୍ଥାନୀୟ ପ୍ରଶାସନ ସହିତ ୪୦ଜଣଙ୍କ ସ୍ୱାବ ଟେଷ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ହାଇସ୍କୁଲ ପରିସରରେ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ଆସି ସ୍ୱାବ ଟେଷ୍ଟର ନମୁନା ନେଇଛନ୍ତି । ଏମାନଙ୍କ ମଧ୍ୟରେ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ, ବିଡିଓ ଦିପ୍ତିରଂଜନ ସେଠୀ, ମ୍ୟୁନିସିପାଲଟି ଅଜୟ କୁମାର ମହାପାତ୍ର, ଡ.ବିନୋଦ କୁମାର ପ୍ରଧାନ, ଡ.ସଂଜୟ କୁମାର ଗିରି, ଯୁବନେତା ପ୍ରତୀପ ପ୍ରଧାନ ପ୍ରମୁଖଙ୍କ ସମେତ ୪୦ଜଣଙ୍କର ସ୍ୱାବ ଟେଷ୍ଟ ଲାଗି ପଠା ଯାଇଛି । ଏହି ସ୍ୱତନ୍ତ୍ର ଟିମ୍ ବ୍ୟତିତ ଜଳେଶ୍ୱର ସ୍ଥିତ ଡ.ପ୍ରଭାସ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣାପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା