ବାଲେଶ୍ୱର ଜିଲ୍ଲା କରୋନା ଦାୟିତ୍ୱରେ ଥିବା ପ୍ରମୁଖ ସଚିବଙ୍କ ଜଳେଶ୍ୱରରେ ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ଲକ୍ଷ ରଖି ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାରେ ଜଣେ ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ ଅବସ୍ଥାପିତ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ପାଢୀ ଉପାନ୍ତ ଟୋଲ ପ୍ଲଜା ତଥା ସେଠାରେ ହୋଇଥିବା ସୀମାସିଲ ସଂପର୍କରେ ଯାଇ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳ ଏସ୍‌ପିଙ୍କ ସହିତ ସେଠାରେ ଦୀର୍ଘ ସମୟ ଉପାନ୍ତ ରାସ୍ତାଗୁଡିକ ସିଲ ସଂପର୍କରେ ପଚାରି ବୁଝିଥିଲେ । ସବୁ ରାସ୍ତାର ସିଲ ସ୍ଥାନରେ ୨୪ ଘଣ୍ଟିଆ ପୋଲିସ୍ ପ୍ରହରା କରାଯିବା, ପଶ୍ଚିମବଙ୍ଗର ଗାଁ ଗୁଡିକ ସହିତ ଓଡିଶା ଗାଁ ଗୁଡିକ ଲାଗି ଲାଗି ଥିବାରୁ ସେ ଅଞ୍ଚଳରେ କିପରି ସଂଗରୋଧ କରାଯାଇ ପାରିବ ସେଥିନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ବି ଯୁଗଳ କିଶୋର, ପିଡି ରାମଚନ୍ଦ୍ର ଜେନା, ଭେଟନାରୀ ଡିରେକ୍ଟର ରତ୍ନାକର ରାଉତ, ତହସିଲଦାର କ୍ଷିରୋଦ କୁମାର ପଣ୍ଡା, ବିଡିଓ ଦିପ୍ତିରଞ୍ଜନ ସେଠୀ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ଧନେଶ୍ୱର ସାହୁ ଉପସ୍ଥିତ ଥିଲେ । ପରେ କ୍ୱାରାଣ୍ଟାଇନ୍‌ରେ ଥିବା ୬୨ଜଣଙ୍କୁ ଖାଦ୍ୟ, ରହଣି ଇତ୍ୟାଦି ସଂପର୍କରେ ଆଲୋଚନା କରିଥିଲେ । ସର୍ବଶେଷରେ ଉପାନ୍ତ ପଞ୍ଚାୟତ ଗୋବରଘଟାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ଆସନ୍ତା ଦିନରେ ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତିବିଶେଷ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବା ଓ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ପଚାରି ବୁଝିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା