ସ୍ତ୍ରୀଙ୍କ ଅତ୍ମହତ୍ୟାରେ ସଂପୃକ୍ତ ସ୍ୱାମୀଙ୍କ ଆତ୍ମସମର୍ପଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଡାକ୍ତର ଅର୍ଚ୍ଚନା ଦାସଙ୍କର ଅତ୍ମହତ୍ୟାରେ ସଂପୃକ୍ତ ତାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ କୁମାର ଦାସ ଗତକାଲି ତଥା ୧୬.୩.୨୦୧୯ ତାରିଖ ଦିନ ଛତ୍ରପୁର ସବଡିଭିଜନାଲ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ଜୟପ୍ରକାଶ ନାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କର ଜାମିନ ନାମଞ୍ଜୁର କରାଯାଇ ଛତ୍ରପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ତେବେ ବିଚାରପତିଙ୍କ ଆଦେଶ ବିରୁଦ୍ଧରେ ଅଂଜନ କୁମାର ଦାସ ଅତିରିକ୍ତ ଜିଲ୍ଲା ଦୈରାଜର୍ଜଙ୍କ ଅଦାଲତରେ ଅପିଲ କରିଛନ୍ତି । ଏହି ଅପିଲର ଶୁଣାଣୀ ପାଇଁ ୨୩.୦୩.୨୦୧୯ ତାରିଖ ଦିନ ଧାର୍ଯ୍ୟ ହୋଇଛି । ଅର୍ଚ୍ଚନାଙ୍କ ମାତା କୁସୁମ ପ୍ରଭା ମିଶ୍ରଙ୍କ ଏତାଲା କ୍ରମେ ତାଙ୍କ ଝିଅକୁ ବିବାହ ପରେ ଅଂଜନ ଦାସ ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବାରୁ ଅଞ୍ଜନ ଦାସ ଓ ତାଙ୍କ ବାପା, ମା ଭାଇ, ଭାଇବୋହୁଙ୍କ ନାମରେ ଭାରତୀୟ ପିଙ୍ଗଳ ଧାରା ୪୯୮କ, ୩୭.୩୦୬, ୨୪.୩୪୧/୩୪, ଓ ଯୌତୁକ ନିବାରଣ ଆଇନ ଧାରା ୪ରେ ମାମଲା ରିଜୁ କରାଯାଇଥିଲା । କେସ ହେବା ଦିନଠାରୁ ଅର୍ଥାତ ୧୭.୦୮.୨୦୧୭ ତାରିଖ ଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲେ । ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ ନାମଞ୍ଜୁର ଓ ଅତ୍ମସମର୍ପଣର ଆଦେଶ ଦେବା ଫଳରେ ଏହି ଆସାମୀ ଅତ୍ମସମର୍ପଣ କରିଥିଲେ । ଏହି ମାମଲାକୁ ସରକାରୀ ଓକିଲ ରାଜେଶ କୁମାର ମିଶ୍ର, ଶରତ ଚନ୍ଦ୍ର ପ୍ରଧାନ, ସୈାରୀ ବେହରା ଓ କୃଷ୍ଣ ଚନ୍ଦ୍ର ବେହେରା ପରିଚାଳନା କରୁଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା