ସ୍ତ୍ରୀକୁ ଟାଙ୍ଗିଆରେ ଛେଚି ହତ୍ୟା କରିଥିବା ସ୍ୱାମୀର ଥାନାରେ ଆତ୍ମ ସମର୍ପଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପରକୀୟା ପ୍ରୀତିର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଇବଣିଆ ଥାନାରେ । ଦୀର୍ଘଦିନରୁ ସ୍ତ୍ରୀ ଉପରେ ସନ୍ଦେହ କରି ଆସୁଥିବା ଯୁବକକୁ ଦେଖି ସ୍ୱାମୀ ଟାଙ୍ଗିଆରେ ତା ମୁଣ୍ଡକୁ ଛେଚି ହତ୍ୟା କରିଛି । ଏପରି ଏକ ଲୋମ ହର୍ଷଣକର ଘଟଣା ସମଗ୍ର ରାଇବଣିଆ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି । ଜଳେଶ୍ୱର ଏସ୍‌ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାରୁ ଛାନଭିନ କରୁଛନ୍ତି । ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗାଁର ବିଶ୍ୱମ୍ବର ବେହେରା (୪୨) ସହିତ ସ୍ତ୍ରୀ ମେନକା ବେହେରା (୩୮) ସୁଖର ସଂସାର କରି ଆସୁଥିଲେ । କିନ୍ତୁ ସ୍ତ୍ରୀ ମେନକା ସହିତ ମାକିଡିଆ ଗାଁର ପ୍ରଶାନ୍ତ ଦାସ (୪୨) ଙ୍କୁ ବହୁ ସମୟରେ ସ୍ତ୍ରୀ ସହିତ ବିଶ୍ୱମ୍ବର ବାରମ୍ବାର ଦେଖିବାରୁ ମନମାଳିନ୍ୟ ଓ ବାକ୍ ବିତଣ୍ଡା ହୋଇ ଆସୁଥିଲା । ଏପରିକି ମେନକା ପ୍ରଶାନ୍ତକୁ ଧରମଭାଇଭାବେ ସ୍ୱାମୀ ଓ ପଡୋଶୀ ଆଗରେ କହିଆସୁଥିଲା । ଗତ ମକର ସଂକ୍ରାନ୍ତି ପରଠାରୁ ପ୍ରଶାନ୍ତ ଓ ମେନକାର କାର୍ଯ୍ୟକଳାପ ଉପରେ ବିଶ୍ୱମ୍ବର ଅସନ୍ତୋଷ ଥିଲା । ସବୁଦିନ ପରି ବିଶ୍ୱମ୍ବର ସୋମବାର ବିଲକୁ ଚାଷ କରିବାକୁ ଚାଲିଯାଇଥିଲା । କିନ୍ତୁ ସଂଧ୍ୟାରେ ପ୍ରଶାନ୍ତ ବିଶ୍ୱମ୍ବର ଘରକୁ ଆସିଥିଲା । ବିଳମ୍ବିତ ରାତିରେ ବିଶ୍ୱମ୍ବର ଫେରି ପ୍ରଶାନ୍ତର ଓ ମେନକା ଗୋଟିଏ ଘରେ ଶୋଇଥିବାର ଦେଖିବାକୁ ପାଇଥିଲା । ଅଭିମାନରେ କିଛି କହିପାରିନଥିଲେ ବି ରାତି ତମାମ ତା ଆଖିରେ ନିଦ ନ ଥିଲା । ସକାଳେ ଉଠି ସ୍ତ୍ରୀ ମେନକା ସହିତ ପ୍ରଶାନ୍ତକୁ ଦେଖି ବିଶ୍ୱମ୍ବରର ଧୈର୍ଯ୍ୟଚ୍ୟୁତି ଘଟିଥିଲା । ତେଣୁ ସେ କ୍ରୋଧାନ୍ନିତ ହୋଇ ଏକ ଟାଙ୍ଗିଆ କାଢିଆଣି ପ୍ରଶାନ୍ତର ମୁଣ୍ଡ ଓ ମୁହିଁକୁ ବାରମ୍ବାର ପିଟିଥିଲା । ସେ ନିଶବ୍ଦ ହେବାରୁ ହତ୍ୟାକାରୀ ବିଶ୍ୱମ୍ବର ଟାଙ୍ଗିଆଧରି ରାଇବଣିଆ ଥାନାରେ ଆତ୍ମ ସମର୍ପଣ କରିଥିଲା । ଏଏସ୍‌ଆଇ ଭଗବାନ ଦାସ ଘଟଣା ସଂପର୍କରେ ଜଳେଶ୍ୱର ଏସ୍‌ଡିପିଓ ଅଂକିତା କୁମ୍ଭାରଙ୍କୁ ଜଣାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏସ୍‌ଡିପିଓ ଶ୍ରୀମତୀ କୁମ୍ଭାର ମେନକା ବେହେରାକୁ ଧରି ଥାନାକୁ ଆସିବା ସହିତ ଘଟଣାର ଛାନ୍‌ଭିନ ଆରମ୍ଭ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ବିଭିନ୍ନ ପରୀକ୍ଷାନିରୀକ୍ଷା କରିଫେରିଛନ୍ତି । ରାଇବଣିଆ ଥାନାରେ ୧୧/୨୦ ମାମଲା ରୁଜୁକରି ୩୦୨ ଦଫାରେ ତଦନ୍ତ ଆରମ୍ଭ ହୋଇଛି । ଗଣମାଧ୍ୟମକୁ ସୂଚନା ଦେଇ ଏ ସଂପର୍କରେ ବିଶ୍ୱମ୍ବର ଅତୀତରେ କେବେ ଏହରି କାର୍ଯ୍ୟ କରିନଥିବା ବେଳେ ସ୍ତ୍ରୀର ପରକୀୟା ପ୍ରିତି ଦେଖି ନିଜର ଧ୍ୱର୍ଜ ହରାଇ ରାଗରେ ଏପରି ହୀନକାର୍ଯ୍ୟ କରିଥିବା କହିଛି । ଘଟଣାଟି ଅତିସମ୍ବେଦନଶୀଳ ଥିବାରୁ ବିଭିନ୍ନ ସ୍ଥାନରେ ଆଲୋଚ୍ୟର ବିଷୟ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା