ସୋରଡ଼ାରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ..

ସୋରଡ଼ା(ସମୃଦ୍ଧ ଓଡିଶା)ଆଜି ସୋରଡ଼ାରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କିଛି ଦିନ ତଳେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଯୋଗ ଦେବା ପରେ ଜାତୀୟ କଂଗ୍ରେସ ତରଫରୁ ବିଜୟ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଥିଲା । ସେବେଠାରୁ ସେ ସାରା ଓଡ଼ିଶା ଗସ୍ତ କରିବାରେ ଲାଗିଛନ୍ତି ଏବଂ କଂଗ୍ରେସର ସ୍ଥିତି ପରଖୁଛନ୍ତି । ଜଣେ ଦକ୍ଷ ପ୍ରଶାସକ କଂଗ୍ରେସ ଦଳରେ ଯୋଗ ଦେବା ପରଠାରୁ କଂଗ୍ରେସର ପ୍ରଚାର ପ୍ରସାର ଏବଂ ସ୍ଥିତି ଆଗ ଅପେକ୍ଷା ଏବେ ଧୀରେ ଧୀରେ ଅଗ୍ରଗତି କରିବାରେ ଲାଗିଛି । ଏଇ କିଛି ଦିନ ଭିତରେ ସେ ଦକ୍ଷିଣ ଓଡ଼ିଶାର ଗଜପତି ଏବଂ କନ୍ଧମାଳ ଗସ୍ତରେ ଆସି ସେଠାରେ ସେଠାକାର କର୍ମୀ , ନେତା, ତଥା ସାଧାରଣ ଜନତାଙ୍କ ସହିତ ବିଭିନ୍ନ ସ୍ଥାନରେ ପ୍ରଚାର ଏବଂ ରାଲି କରିଥିଲେ । ଆଜି ସୋରଡ଼ା ପହଞ୍ଚିଥିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସୋରଡା ବ୍ଲକ କଂଗ୍ରେସ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସୋରଡ଼ା କଂଗ୍ରେସ ଦୁର୍ଗ ଥିଲା ତେଣୁ ସୋରଡ଼ାରେ କିପରି ପୁଣି ଥରେ କଂଗ୍ରେସ ନିଜ କ୍ଷମତାକୁ ଫେରି ପାଇବ ସେ ବିଷୟରେ ସୋରଡ଼ା ବ୍ଲକ କଂଗ୍ରେସ ସଭାପତି , ନେତା ଏବଂ କର୍ମୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ସୋରଡ଼ା ବ୍ଲକ କଂଗ୍ରେସ ସଭାପତି ହରିକୃଷ୍ଣ ରଥ, ବିନାୟକ ଗୌଡ, ସାଗର ମହାନ୍ତି , ବୁଦ୍ଧଦେବ ମଳିକ, ସିମୀୟ ଶବର, ଅଭିଷେକ ଦଳବେହେରା, ଏନ୍ ସୁନିଲ ଦୋରା ଆଦି ଶହେ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।