ଶିକ୍ଷକଙ୍କ ପ୍ରତିକ୍ଷାର ଅନ୍ତ ହେଲା : ପ୍ରକାଶ ପାଇଲା ଏସ୍.ଓ.ପି.

ଭୁବନେଶ୍ବର(ସମୃଦ୍ଧଓଡିଶା)ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶ ପାଇଛି SOP ବୋଲି ସଂଘ ପକ୍ଷରୁ ଓଡିଶା କର୍ମଚାରୀ ମହାମଞ୍ଚ ଅଧକ୍ଷ ପ୍ରଭାତ ମହାନ୍ତି ଜଣାଇଛନ୍ତି I ବିଗତ ୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ଓଡିଶା ମୂଖ୍ୟମନ୍ତ୍ରୀନବୀନ ବାବୁଙ୍କ ଶୁଭ ଜନ୍ମ ଦିନ ଅବସରରେ ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାର ବିଲୋପ ଘଟିଲା ବୋଲି ମୂଖ୍ୟମନ୍ତ୍ରୀ ଘୋଷଣା କରିଥିଲେ I ତହିଁ ପରଦିନ ତା-୧୬.୧୦.୨୦୨୨ ରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ପତ୍ରାଙ୍କ-୨୯୦୭୬ ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଅନ୍ୟୁନ ୮ ମାସ ପରେ ତା- ୧୩.୦୪.୨୦୨୩ରିଖ ଗଣଶିକ୍ଷା ବିଭାଗ ପତ୍ରାଙ୍କ-୮୪୭୪ ଜରିଆରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ରେଗୁଲାର୍ କରାଇବାର ନିର୍ଦ୍ଦେଶନାମା ପ୍ରକାଶପାଇବା ପରେ ମଧ୍ୟ ଏସ୍.ଓ.ପି. ପ୍ରକାଶ ପାଇ ନ ଥିବାରୁ ରେଗୁଲାର୍ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ମାତ୍ର ଗଣଶିକ୍ଷା ବିଭାଗର ପତ୍ରାଙ୍କ-୧୫୦୫୦ ଜରିଆରେ ଗତକାଲି ଏସ୍.ଓ.ପି. ପ୍ରକାଶ ପାଇବା ପରେ ରେଗୁଲାର୍ ହେବାର ଆଶା ଉଜ୍ଜଳ ହୋଇଛି। ଅନ୍ୟୁନ ୨୦ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ,ଶିକ୍ଷୟିତ୍ରୀ ତଥା ସେମାନଙ୍କ ପରିବାର ବର୍ଗଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି।ଏହି ଅବସରରେ ଓଡିଶା ସରକାରୀ ସି.ବି.ଟି ଶିକ୍ଷକ ସଂଘ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ଗଣ ଶିକ୍ଷା ମନ୍ତ୍ରୀ ସୁଦାମ୍ ମାର୍ଣ୍ଡି, ୫ଟି ସଚିବ ତଥା ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ବ୍ୟକ୍ତ କରିବା ସଂଗେ ସଂଗେ ସଂଘର ମୂଖ୍ୟ ଉପଦେଷ୍ଟା ମାନନୀୟ ପ୍ରଭାତ ମହାନ୍ତି ଓ ଉପଦେଷ୍ଟା ଶୁଭ୍ରଜିତ୍ ପ୍ରତିହାରୀଙ୍କୁ ମଧ୍ୟ ସଂଘ ଧନ୍ୟବାଦ ଜଣାଇଛି।