“ସେବା ହିଁ ସଂଗଠନ” ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ୨ୟ ଲହର ଯୋଗୁଁ ଜୀବିକା ହରାଇଥିବା ବହୁ ମନ୍ଦିର ପୂଜକ ମାନଙ୍କୁ ଜଳେଶ୍ୱର ବିଜେପି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଭାଜପା କେନ୍ଦ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଆହ୍ୱାନକ୍ରମେ ରାଜ୍ୟ ସଭାପତି ଓ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସେବାହିଁ ସଂଗଠନ ମନ୍ତ୍ରକୁ ଆଧାର କରି ଏପରି କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଥିବା ଜଣାଯାଇଛି । ପୂଜକ ମାନଙ୍କୁ ଭତ୍ତା ପ୍ରଦାନ ଲାଗି ସରକାରଙ୍କ ନିକଟରେ ଆଜିର କାର୍ଯ୍ୟକ୍ରମରେ ଦାବୀ କରାଯାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ଗିରିଶ ପାଣିଗ୍ରାହୀ, ରୁଦ୍ରନାରାୟଣ ପଣ୍ଡା, ବ୍ରଜମୋହନ ନନ୍ଦ, ଲୋକନାଥ ଧର, ଦେବବ୍ରତ ପାଣିଗ୍ରାହୀଙ୍କ ସହିତ ଅଂଜନ ଦାସ, ଅରୁଣ ଦାସ, ସଂଜୀବ ପ୍ରଧାନ, ରାଜୀବ ଘୋଷ, ଗୌରୀଶଂକର ଦଳେଇ, ଦୀପକ ଚୌରାସିଆ, ଅରୁଣ ଦାସ, ତନ୍ମୟ ଚାନ୍ଦ, ରଂଜନ ପାତ୍ର, ବାଙ୍କବିହାରୀ ଦାସ, ମାନସ ପ୍ରଧାନ, ରାଜୀବ ଜେନା, ଗୌରୀଶଂକର ରଣା, ନଗେନ୍ଦ୍ର ପାତ୍ର, ସୂର୍ଯ୍ୟକାନ୍ତ ଗିରି, ବିବେକାନନ୍ଦ ବେହେରା ଉପସ୍ଥିତ ଥିଲେ ।