ସେବା ଇଣ୍ଟରନ୍ୟାସନାଲ ଏବଂ ୟୁଥ ଫର ସେବାପକ୍ଷରୁ ଅଭାବୀ ପରିବାରଙ୍କୁ ଜରୁରୀ ସାମଗ୍ରୀ ବଣ୍ଟନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀର ପ୍ରଭାବରେ ସମଗ୍ର ବିଶ୍ୱରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଲକଡାଉନ କାରଣରୁ ନିଜର ଜୀବିକା ହରାଇଥିବା ସାଧାରଣ ଲୋକ ତଥା ଦିନ ମଜୁରିଆ ନିଜ ବୃତି ହରାଇଥିବାରୁ ନିଜ ପରିବାରର ପେଟ ପୋଷିବାକୁ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ବିଭିନ୍ନ ସାମାଜିକ ସଂଗଠନ ଏବଂ ସମାଜସେବୀ ମାନେ ସମସ୍ୟାରେ ଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ୟୁଥ ଫର ସେବା, ଭୁବନେଶ୍ୱର (ଜାତୀୟ ସ୍ତରୀୟ ସାମାଜିକ ଅନୁଷ୍ଠାନ) ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛି । ୟୁଥ ଫର ସେବା ଲକଡାଉନ ଲାଗୁ ହେବା ଦିନ ଠାରୁ ଏହି ସେବା କାର୍ଯ୍ୟ କରି ଆସୁଛି ।ଏହି ଅନୁଷ୍ଠାନର ସ୍ୱେଚ୍ଛାସେବୀ ଦିନ ମଜୁରିଆ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ ଠାରୁ ଆରମ୍ଭ କରି ଖାଦ୍ୟ ଅନ୍ୱେଷଣରେ ଅସହାୟ ଭାବେ ରାସ୍ତାରେ ବୁଲୁଥିବା ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି  । ଆଜି ସେବା ଇଣ୍ଟରନ୍ୟାସନାଲ ସହ ମିଲିତ  ଭାବେ ୟୁଥ ଫର ସେବାର ସ୍ୱେଚ୍ଛାସେବୀ ମାନେ ଭୁବନେଶ୍ୱର ଠାରୁ ୩୦ କିମି ଦୂରରେ ଅବସ୍ଥିତ ଚୁଡ଼ଙ୍ଗ ଗ୍ରାମର ୧୨୦ଟି ଦିନ ମଜୁରିଆ ପରିବାରର ପ୍ରାୟ ୫୩୦ ଜଣଙ୍କୁ ଜରୁରୀ ସାମଗ୍ରୀ ବାଣ୍ଟିଛନ୍ତି । ଆଜିର ଏହି ଅଭିଜନରେ ସୁବ୍ରତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏବଂ ଆଶା କିରଣ ସଂଗଠନର ପ୍ରତିଷ୍ଠାତା ସଚିନ ମହାପାତ୍ରଙ୍କ ସହଯୋଗିତାରେ ପ୍ରାୟ ୧୫ ଜଣ ସ୍ୱେଚ୍ଛାସେବୀ ଗ୍ରାମକୁ ଯାଇ ଚାଉଳ, ଡାଲି, ତେଲ, ହଳଦୀ, ଆଳୁ, ପିଆଜ, ସାବୁନ ଆଦି ବାଣ୍ଟିଛନ୍ତି । ଏହି ବଣ୍ଟନ ବେଳେ ମୁହଁରେ ମାସ୍କ, ସାମାଜିକ ଦୂରତା ଏବଂ ସ୍ୱଚ୍ଛାତାକୁ ଗୁରୁତ୍ୱ ଦିଆଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା