ସୁରତରୁ ବେଗୁନିଆପଡା ଫେରିଲେ ୫୮ ଜଣ…

ବେଗୁନିଆପଡା (ସମୃଦ୍ଧ ଓଡିଶା) ଶନିବାର ଦିନ ତଥା ଆଜି ସୁରତର ଭାଗଲ ଅଞ୍ଚଳରୁ ବେଗୁନିଆପଡା ବ୍ଲକକୁ ବସରେ ୫୮ ଜଣ ଫେରିଛନ୍ତି । ସୁରତରୁ ବୁଧବାର ଦିନ ନିଜସ୍ଵ ଖର୍ଚ୍ଚରେ ସେମାନେ ବସରେ ବାହାରି ଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ସ୍ଥିତ ହାଇସ୍କୁଲ ପରିସରକୁ ଗଞ୍ଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷାରେ ଅଣାଯାଇଥିଲା । ଏମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକର ୩୯ ଜଣ, କବିସୂର୍ଯ୍ୟନଗର ବ୍ଲକର ୩ ଜଣ, ଖଲ୍ଲିକୋଟ ବ୍ଲକର ୧୪ ଜଣ, ପୁରୁଷୋତ୍ତମ ବ୍ଲକର ଜଣେ,  ଗଞ୍ଜାମ ବ୍ଲକର ଜଣେ ଅଟନ୍ତି । ସ୍କୁଲ ପରିସରରେ ସେମାନଙ୍କ ପଞ୍ଜିକରଣ ପରେ ରୁମକୁ ପଠାଯାଇଥିଲା । କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ବେଦବର ପ୍ରଧାନ, ସରପଞ୍ଚ ହୃଷିକେଶ ମେହେଣ।, ନୋଡାଲ ଅଫିସର ମଳୟ କୁମାର ବେହେରା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ତତ୍ୱବାଧାନରେ ସଂଗରୋଧ କକ୍ଷରେ ରଖାଯାଇଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ