”ସୁର୍ଯ୍ୟାଲୋକ ସମାଜ ସେବା” ସଂଗଠନ ଜାରି ରଖିଛି ତାର ଅଭିଯାନ…

ଯାଜପୁର (ସମୃଦ୍ଧ ଓଡିଶା) ଗାନ୍ଧୀ ଗୋପବନ୍ଧୁ ଓ ମଦର ଟେରେସାଙ୍କ ଆଦର୍ଶକୁ ଆପଣେଇ ନେଇଥିବା “ସୁର୍ଯ୍ୟାଲୋକ ସମାଜ ସେବା” ସଂଗଠନ ତାର ଉଦ୍ୟମାନ ଯୁବ ସ୍ୱେଚ୍ଛାସେବୀ ବାହିନୀ ସହାୟତାରେ ସମଗ୍ର ଯାଜପୁର ଜିଲ୍ଲାରେ ତାର “ବହୁଜନ ହିତାୟ ବହୁଜନ ସୁଖାୟ” ଅଭିଯାନ ଜାରି ରଖିଛି । ସୂଚନା ଅନୁଯାୟୀ ସୂର୍ଯ୍ୟାଲୋକ ସମାଜ ସେବା ପରିବାରଙ୍କୁ ଜଣେ ସତିନାଥ ନାମକ ବ୍ୟକ୍ତି ଏକ ବୃଦ୍ଧଙ୍କର ଫୋଟ ପଠାଇ ଜଣାଇଥିଲେ ଯେ ଏହି ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ସୁକିନ୍ଦାର କୁହିକା ଗ୍ରାମରେ ଗୋଟେ ଘର ବାରଣ୍ଡାରେ ପଡ଼ି ବହୁତ କଷ୍ଟ ପାଉଛନ୍ତି । ଏହି ଖବର ପାଇ ସୂର୍ଯ୍ୟାଲୋକ ସମାଜ ସେବା ପରିବାରର ବସୁ ଓ କାହ୍ନା ସଙ୍ଗେ ସଙ୍ଗେ ସକାଳୁ ବର୍ଷା ହେଉଥିବା ସତ୍ତ୍ୱେ ବର୍ଷାରେ ଭିଜିଭିଜି ସେହି ଗ୍ରାମକୁ ଯାଇ ବୃଦ୍ଧ ଜଣକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦାନଗଦି ମେଡିକାଲକୁ ନେଇ ତାଙ୍କର ପ୍ରାଥମିକ ଚିକିତ୍ସା କରି ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିଲେ । ଏଥିରେ ସୁକିନ୍ଦାରୁ ପୂନମ ଅପା ସହଯୋଗ କରିଥିଲେ । ଏହାସହ ଦାନଗଦି ମେଡିକାଲରେ ସୂର୍ଯ୍ୟାଲୋକ ସମାଜସେବା ପରିବାରର ଲିପୁନ ସହଯୋଗ କରିଥିଲେ ଏବଂ ଦାନଗଦି ମେଡିକାଲରୁ ସିଦାର୍ଥ ତାର ଆମ୍ବୁଲାନ୍ସ ପଠାଇ ଯାଜପୁର ରୋଡ ମେଡିକାଲ ଆଣିବାରେ ସହଯୋଗ କରିଥିଲେ । ସେଠାରେ ସୂର୍ଯ୍ୟାଲୋକ ସମାଜସେବା ପରିବାରର ଟିକିନା ଭାଇଙ୍କ ଦାୟିତ୍ୱରେ ବୃଦ୍ଧଙ୍କୁ ଛାଡି ଘରକୁ ଫେରିଥିଲୁ ଓ କୁହିକା ଗ୍ରାମର ଭାଇ ମାନେ ସେଠି ସହଯୋଗ କରିଥିଲେ ।

ରିପୋର୍ଟ : ବସୁବନ୍ଧୁ ଦାସ