ସୁରତରୁ ଓଡ଼ିଆଙ୍କୁ ଧରି ୪ଟି ବସ୍ ଆସୁଛି ଗଞ୍ଜାମ ଜିଲ୍ଲା‌…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ମୁଖ୍ୟମନ୍ତ୍ରୀ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କଥୋପକଥନ ପରେ ଆଜି ଗୁଜୁରାଟର ସୁରତରୁ ଓଡ଼ିଆ ମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ୪ଟି ବସ୍‌ ଛତ୍ରପୁର ଜଣାପଡୁଛି । ସୁରତରେ ଶ୍ରମିକ ଭାବେ କାମ କରି ଆସୁଥିବା ଓଡ଼ିଆ ଲୋକ ମାନେ ହଟାତ ଲକଡାଉନ ଯୋଗୁଁ କାମ ଧନ୍ଦା ହରାଇ ପଇସା ସରିଯିବା ପରେ ସୁରତରେ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ନେଇ ୪ଟି ବସ ବାହାରିଛି ‌। ପ୍ରତି ବସ୍‌ରେ ୫୦ଜଣରୁ ଅଧିକା ଯାତ୍ରୀଙ୍କୁ ଧରି ଗାଡି ଛାଡିଛି । ଏହି ୪ଟି ଯାତ୍ରୀବାହୀ ବସରେ ପାଖାପାଖି ୨୦୦ରୁ ଅଧିକ ଯାତ୍ରୀ ଆସୁଛନ୍ତି । ରାଜ୍ୟ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଯାତ୍ରୀ ନେଇ ଏହି ବସ୍‌ଙ୍କୁ ଯିବା ଆସିବା ଅନୁମତି ଦେଇଥିବା ଜଣାପଡିଛି । ଯାତ୍ରୀମାନେ ନିଜ ଖର୍ଚ୍ଚରେ ଏହି ବସ୍‌ରେ ସିଟି ରିଜର୍ଭ କରି ଆସୁଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ସୂଚନା ରହିଛି । ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି, ଯେପରି କି ଓଡ଼ିଶାରେ ପହଞ୍ଚିବା ପରେ ସେମାନେ କ୍ୱାରେଣ୍ଟାଇନରେ ରହିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ସଚେତନ ଥିବା ମଧ୍ୟ ଜଣାପଡିଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ