ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୁବାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ଓ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରିବା ଦାବିରେ ପି.ଭି ଏନ ରାଓ ଛକ ଠାରେ ବିଜେପି ତରଫରୁ ଧାରଣା ଦିଆଯାଇଥିଲା । ଏହାପରେ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ହସ୍ତକ୍ଷେପରେ ଧାରଣା ସ୍ଥଳରୁ ଉଠି ବିଏମସି କାର୍ଯ୍ୟାଳୟରେ ଡେପୁଟି କମିସନର ଆଶୁତୋଷ ସାମଲଙ୍କ ସହ ଆଲୋଚନା କରାଯାଇଥିଲା । ଏହାସହ ହୋଟେଲ ମୋତି ଛକ ଠାରେ ଜାଗା ଥିବାରୁ ସେଠାରେ ବିଶାଳ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯିବା ସହ ଆଲୋଚନା କରାଯାଇଥିଲା । ଏଥିରେ ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ଷୋଡଙ୍ଗି, ଯୁବ ମୋର୍ଚ୍ଚା ଉପସଭାପତି କିରଣ କୁମାର ସାହୁ, ମଣ୍ଡଳ ସଭାପତି କମଲ ପାତ୍ର, ଚିତ୍ତ ରଞ୍ଜନ ପଣ୍ଡା, କେ ରବି ରାଓ, ଟୁଁଙ୍ଗୁର ପାତ୍ର, ଅଶୋକ ନିମାଇଁ, ରାଜକିଶୋର ପାତ୍ର, ସୁମିତ ସ୍ୱାଇଁ, ଅଜିତ ଦାସ, ସିରିଡ଼ି ବିକ୍ରମ, ସମୀର ଦାସ, ଯଜ୍ଞ ପଣ୍ଡା, ମଧୁ ସୁଦନ ସାହୁ, ପପୁନ ଦାସ, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା