ଆମ୍ବଳିଅଠାରେ ଭଗବତୀ ପୂଜା : ଉତ୍ସବ ମୁଖରିତ ଗାଁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷ ପରି ଚଳିତ ବର୍ଷ ବିଧି ବ୍ୟବସ୍ଥା ଅନୁଯାୟୀ ମାଘ ମାସର ମଙ୍ଗଳବାର ଦିନରେ ମା ଭଗବତୀଙ୍କ ପୂଜାପାଠ ଆମ୍ବଳିଅଠା ଗ୍ରାମରେ ଅନୁଷ୍ଠିତ ହୋଇ ଆସୁଛି । ଗତ ମଂଗଳବାର ମଧ୍ୟ ରାତିରେ ଗ୍ରାମ୍ୟଦେବୀ ଓ ଭଗବତୀ ପୀଠ ମନ୍ତ୍ରପାଠରେ ପ୍ରକମ୍ପିତ ହୋଇଥିଲା । ପ୍ରତିଘରୁ ଉଖୁଡାଭୋଗ ଆସି ମାଙ୍କ ଠାରେ ଲାଗି ହୁଏ । ଏହି ଉପଲକ୍ଷେ ଭଗବତୀ ପୀଠରେ ବିଳମ୍ବିତ ରାତିରେ ପ୍ରାୟ ୩୭ଟି ମାନସିକ ବୋଦା ବଳୀ ପଡିଥିଲା । ପ୍ରକାଶଯୋଗ୍ୟ ଅତିତରେ ଏହି ପୀଠ ଶହ ଶହ ବୋଦାଙ୍କ ରକ୍ତରେ ରଂଜିତ ହେଉଥିବା ବେଳେ ଚଳିତବର୍ଷ ଏହା ମାତ୍ର ୩୭ଟି ମଧ୍ୟରେ ସୀମିତ ରହିଥିଲା । ଗ୍ରାମବାସୀଙ୍କ ସଚେତନତା ଯୋଗୁଁ ଏଭଳି ପ୍ରଥା କମି କମି ଆସୁଥିବାର ବହୁ ବୟୋଜ୍ୟେଷ୍ଠମାନେ କହିଛନ୍ତି । କିନ୍ତୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ଅତତୀ ଘଟଣାରୁ ଅଙ୍ଗେଲିଭାଇଛନ୍ତି ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା