ସୁବର୍ଣ୍ଣରେଖା ଜଳ ପତ୍ତନ ୫ଘଣ୍ଟା ସ୍ଥର ପରେ ନିମ୍ନମୁଖୀ : ତଳ ଅଂଚଳରେ ବଢୁଛି ବନ୍ୟାପାଣି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳପତ୍ତନ କମୁଥିବା ବେଳେ ଏହାର ତଳିଆ ଅଂଚଳରେ ଏବେବି ବନ୍ୟାଜଳ ବଢି ଚାଲିଛି । ସୁବର୍ଣ୍ଣରେଖାର ଉଲୁଡାଠାରେ ଖାଳଯୋଡି ସ୍ଲୁଇସ୍‌ର ୩ଟି ଗେଟ୍ ବନ୍ୟାଜଳ ପ୍ରକୋପରେ ନଷ୍ଟ ହୋଇଥିବାରୁ ବନ୍ୟାଜଳ ସମତଳ ଅଂଚଳକୁ ପ୍ରବାହିତ ହେଉଛି । କେତେକ ଅଂଚଳରେ ବନ୍ୟାପାଣିରେ ଗାଁ ଦାଣ୍ଡ ବୁଡି ପ୍ରବାହିତ ହେଉଥିବା ଜଣାଯାଇଛି । ଗତ ଗୁରୁବାର ଦିନ ତମାମ ସୁବର୍ଣ୍ଣରେଖା ନଦିର ରାଜଘାଟଠାରେ ଜଳପତ୍ତନ ବୃଦ୍ଧିପାଇ ରାତି ୪ଟାରେ ବିପଦ ସଂକେତ ୧୦.୩୬ ଅତିକ୍ରମ କରିଥିଲା । ଏହା ଆଜି ଦିନ ୮ଟା ସୁଦ୍ଧା ୧୦.୯୬ ମିଟର ହୋଇଥିବା ବେଳେ ଏହି ସ୍ତର ଅଧିକ ବଢିବ ବୋଲିୀ ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ଦିନ ୧ଟା ପର୍ଯ୍ୟନ୍ତ ଜଳସ୍ତର ୫ ଘଣ୍ଟାଧରି ସ୍ଥିର ରହିବା ପରେ ଦିନ ୨ଟାରେ ଏହା ୧୦.୮୮ମି. ରହିଥିଲା । ଆଜି ସଂଧ୍ୟାରେ ଜଳସ୍ତର ୧୦.୭୦ ମିଟରେ ପ୍ରାହିତ ହେଉଥିଲା । ନଦୀରେ ବନ୍ୟାପାଣି କମୁଥିବା ବେଳେ ଜଳେଶ୍ୱର ବ୍ଲକର ତଳିଆ ଅଂଚଳ ଖାଲିନା, ନାମ୍ପୋ, ବାଇଗଣବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ, ଗଡସାହି ବାଲିଆପାଳ ଇଦ୍ୟାଦିରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀର ଉଲୁଡାଠାରେ ଖାଜଯୋଡି ସ୍ଲଇସ୍‌ର ୩ଟି ଗେଟ୍ ନଷ୍ଟ ହୋଇଥିବାରୁ ସମତଳ ଅଂଚଳକୁ ଜଳସ୍ରୋତ ପ୍ରବାହିତ ହେଉଛି । ଝାଡପିମ୍ପଳ ପଂଚାୟତର ସୁବର୍ଣ୍ଣରେଖା ସେତୁ ନିକଟରେ ଥିବା ଜଳେଶ୍ୱରକୁ ରାସ୍ତା ଉପରେ ଜଳସୁଅ ଛୁଟୁଛି । ଛୋଟଖାନପୁର ଗାଁ ଝାଡପିମ୍ପଳ ଗାଁରୁ ଏକପ୍ରକାର ବିଛିନ୍ନ ହୋଇ ଯାଇଛି । ବାଇଗଣ ବାଲିଆ ପଂଚାୟତରୁ ଝାଡପିମ୍ପଳ ଗାଁକୁ ଯିବାର ରାସ୍ତା ପାଣିରେ ବୁଡିଛି । ଆର୍‌ଆର୍‌ପୁର ଗାଁର ମେଳକ ଗାଁରେ ବନ୍ୟାପାଣି ପ୍ରବେଶ କରିଛି । ଆଜି ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ, ଇଂ ମନୋଜ କୁମାର ମୁଣ୍ଡ ଓ ସେକ୍‌ସନ ଅଫିସର ଅଧିର କୁମାର ପ୍ରମାଣିକ ନଦୀ କଡେ କଡେ ଥିବା ପଂଚାୟତ ଓ ଧୋୟା ଅଂଚଳର କିଛି ପଂଚାୟତ ବୁଲି ଫେରିଛନ୍ତି । ଝାଡପିମ୍ପଳ ଓ ବାଇଗଣଣବାଡିଆ ଓ ପଶ୍ଚିମବାଡ ପଂଚାୟତରେ ପାଣିଘେରରେ ଥିବା ଲୋକଙ୍କୁ ଚିନି, ଚୁଡା ବଣ୍ଟାଯାଇଥିବା ସେମାନେ କହିଛନ୍ତି ।