ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରଜନଗର ସ୍ଥିତ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ସୁବାଷ ମହାରଣାଙ୍କ ତତ୍ତ୍ଵାବଧାନରେ ଓ ସାହି ବାସିନ୍ଦାଙ୍କ ସହଯୋଗରେ ରେଡ଼ିଓ ଷ୍ଟେସନ ତଡ ଗଳି ରାସ୍ତା ତଡରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହି ବାସିନ୍ଦାଙ୍କୁ ବେଲ, ଅଂଳା, ଡାଲିମ୍ବ, ନିମ ଗଛ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ମମତା ବିଶୋଇ, ବିଜୟ ସାମଲ, ମୁକୁନ୍ଦ ଗୌଡ଼, ସଂଜୟ ଜେନା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, କୈଲାଶ ପଟ୍ଟନାୟକ, ପ୍ରଭାକର ମହାନ୍ତି, ଏଙ୍କାଟି ରେଡି, ସବିତା ବେହେରା, ମାମିନି ପାଣି, ବାବୁ ରେଡିଙ୍କ ସମେତ ସାହିବାସି ଯୋଗ ଦେଇଥିଲେ ।ସାମାଜିକ ଦୂରତା ରକ୍ଷା କରି କରାଯାଇଥିଲା । ଏହାପରେ ଭାବାନଗର ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ହିଞ୍ଜିଳିକାଟୁ ଅଜୁ ମହାରଣାଙ୍କ ନେତୃତ୍ୱରେ ହିଞ୍ଜିଳି ବାସୀଙ୍କ ଦ୍ୱାରା ସୁବାଷ ଚନ୍ଦ୍ର ମହାରଣା, କୈଳାସ ରଣା, ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା