ସୁବର୍ଣ୍ଣରେଖାର ଶିଖରପୁର ସେତୁ ଉପରୁ ବାଲି ସଫା କଲେ କତିପୟ ଯୁବକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିଖରପୁର, ଭାନୁପୁର ଅଂଚଳରୁ ବାଲି ବ୍ୟବସାୟୀମାନେ ବ୍ୟାପକ ବାଲି ବିକ୍ରି କରୁଥିବା ବେଳେ ବେଧଡକ ପରିବହନ ଯୋଗୁଁ ସୁବର୍ଣ୍ଣରେଖାର ଶିଖରପୁର ସେତୁ ଉପରେ ବହଳେ ଉଚ୍ଚର ବାଲି ଜମା ହୋଇଥିଲା । ଫଳରେ ବର୍ଷା ହେଲେ ସୁବର୍ଣ୍ଣରେଖା ସେତୁ ଉପରେ ପାଣି ଜମିବା, ବାଲି ପଡିବା ଫଳରେ ଦୁର୍ଘଟଣା ଘଟି ଆସୁଥିଲା । ଏଥିପ୍ରତି ପ୍ରଶାସନୀକ ଅଧିକାରୀ କିମ୍ବା ଅନ୍ୟକେହି ଗୁରୁତ୍ୱ ଦେଉନଥିବା ବେଳେ ସେ ଅଂଚଳର ସୁବ୍ରତ କୁମାର ଆଚାର୍ଯ୍ୟ, ସଂଜିବ କରଣ, ବିଜୟ ଜେନା, ଦିବ୍ୟସୁନ୍ଦର କରଣ, ଶ୍ରବଣ ପ୍ରଧାନ, ସରୋଜ ମଲ୍ଲିକ, ସ୍ୱରୁପାନନ୍ଦ ଜେନା, ରାକେଶ ମଲ୍ଲିକ ପ୍ରମୁଖ ଗତ ରବିବାର ଅପରାହ୍ନରେ ବାଲି ସଫା କରି ଉଦାହରଣ ସୃଷ୍ଟି କରିଛନ୍ତି । ଏପରି କାର୍ଯ୍ୟକୁ ସେ ଅଂଚଳର ବୁଦ୍ଧିଜିବିମାନେ ପ୍ରସଂସା କରିଛନ୍ତି ।