ଜଳେଶ୍ୱରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚାହୁଁ ଚାହୁଁ ଜଳେଶ୍ୱର ବିଜ୍ଞାପିତ ଅଂଚଳ ଓ ପରେ ପୌରପାଳିକାର ମାନ୍ୟତା ପାଇଛି । କିନ୍ତୁ ୧୯୬୪ ମସିହାରୁ ଏହା କାର୍ଯ୍ୟକରି ଆସୁଥିଲେ ମଧ୍ୟ ଆବଶ୍ୟକ ବିକାଶ ଘଟିନାହିଁ । ତେଣୁ ଏବେ ଜଳେଶ୍ୱର ମ୍ୟୁନିସିପାଲଟିର ସର୍ବାଙ୍ଗୀନ ବିକାଶ ଲାଗି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ପୌର ଅଧିକାରୀ ଅଜୟ କୁମାର ମହାପାତ୍ର । ଆଜି ନିର୍ଦ୍ଦିଷ୍ଟ ସମୟରେ ପତାକା ଉତ୍ତୋଳନ କରି ରାଜ୍ୟର ପ୍ରବେଶ ଦ୍ୱାର ଜଳେଶ୍ୱର ମ୍ୟୁନିସିପାଲଟିର ବିକାଶ ଘଟିଲେ ଅନ୍ୟ ରାଜ୍ୟ ପ୍ରତି ଉଦାହରଣ ହେବ ବୋଲି କହିଥିଲେ । ଏକ ମାଷ୍ଟର ପ୍ଲାନର ଆବଶ୍ୟକତା ଥିବା ବେଳେ ଏବେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ହାତକୁ ନିଆଯାଇଛି । ସହରାଞ୍ଚର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବାଲାଗି ଶାନ୍ତିଅ ଷ୍‌ଷଯଡିୟମ ଠାରେ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ସହରର ଜଳନିଷ୍କାସନ ଲାଗି ଆପାତତ୍ତ ବ୍ୟବସ୍ଥା ହୋଇଥିବା ବେଳେ ପାଇବା ପାଣିର ସୁବନ୍ଦୋବସ୍ତ ହୋଇଛି । ସହରର ସୌନ୍ଦଜିକରଣ ପାଇଁ ବିଦ୍ୟୁତର ବ୍ୟବସ୍ଥା କରାଯାଇଛି । ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟରେ ଏସ୍‌ଏଚ୍‌ଜି ମହିଳା ମାନଙ୍କ ସହାୟତା ନିଆଯାଇଛି । ସକାଳେ ଆଜି ଡାକବାଜି ଯନ୍ତ୍ର ସହାୟତାରେ ରାମଧୁନ ଗାନ ସହିତ ସହର ପରିକ୍ରମା କରାଯାଇଥିଲା । ପାର୍କରେ ଥିବା ଭକ୍ତକବି ଦୀନକୃଷ୍ଣ ଦାସ ଓ ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ ହିମାଂଶୁ ନନ୍ଦିଙ୍କ ପ୍ରତିମୂର୍ତ୍ତରେ ଶ୍ରୀ ମହାପାତ୍ର ମାଲ୍ୟାର୍ପଣ କରିଥିଲେ ।