ସୁଧୀର ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକରେ ଦଳିତ ସଂଘର ଶ୍ରଦ୍ଧାଞ୍ଜଳି ସଭା…

ରମ୍ଭା (ସମୃଦ୍ଧ ଓଡିଶା) ସୁଧୀର ଚନ୍ଦ୍ର ପଟ୍ଟନାୟକ ପ୍ରାକ୍ତନ ପ୍ରଧାନ ଶିକ୍ଷକ, ସଙ୍ଗୀତଜ୍ଞ, ସାହିତ୍ୟକ, ମାନବ ଦଳିତ ପ୍ରେମୀଙ୍କ ପରଲୋକ ହୋଇଯାଇଛି l ସେ ଗତକାଲି ଭୁବନେଶ୍ୱର ଠାରେ ମୃତ୍ୟୁ ବରଣ କରିଛନ୍ତି l ଏଥିପାଇଁ ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଏନେଇ ଗଞ୍ଜାମ ଦଳିତ ନେତା ଭୀମସେନ ବେହେରାଙ୍କ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ସୂଚନା ଯୋଗ୍ୟ ଯେ, ସେ ଜଣେ ଏହି ଅଞ୍ଚଳର ସମସ୍ତଙ୍କର ପ୍ରିୟପାତ୍ର ଥିଲେ l ବିଶେଷ କରି ଦଳିତ ମତ୍ସ୍ୟଜୀବୀ ମାନଙ୍କୁ ଉଚ୍ଚକୁ ଯିବା ପାଇଁ ଆପ୍ରାଣ ଉଦ୍ୟମ ରତ ଥିଲେ l ସେ ବାବା ସାହେବ ଆମ୍ବେଦକରଙ୍କ ନୀତିରେ ଅନୁପ୍ରାଣିତ ଥିଲେ l ରମ୍ଭାର ବିଭିନ୍ନ ଶିକ୍ଷାନୁଷ୍ଠାନ ପତଞ୍ଜଳି ଯୋଗ ଶିବିର, ଲଣ୍ଡନ କିଡ଼ସ, ଦଳିତ ଅନୁଷ୍ଠାନ ମାନଙ୍କରେ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଥିଲା l ଭୀମସେନ ବେହେରାଙ୍କ ବକ୍ତବ୍ୟରେ ତାଙ୍କର ଗୁଣଗାନ କରିଥିଲେ l ଭେଦଭାବ, ବାଛ ବିଚାର ନା ପସନ୍ଦ ଥିଲା l ଏହା ଆମ ପାଇଁ ଆପୁରିଣୟ କ୍ଷତି ହୋଇଛି ବୋଲି ଅଞ୍ଚଳବାସୀ କହିଥିଲେ l ଏହି କାର୍ଯ୍ୟକ୍ରମରେ ପତଞ୍ଜଳିର ଯୋଗ ଗୁରୁ, ରବୀନ୍ଦ୍ର ବେହେରା, ନରସିଂହ ସୁବୁଦ୍ଧି, ଅକ୍ଷୟ ସୁବୁଦ୍ଧି, ମହେଶ୍ୱର ବେହେରା, ମହାଦେବ ମଲିକ, ରାମ ବେହେରା, ଲଣ୍ଡନ କିଡସର ଇଶ୍ୱର ଚନ୍ଦ୍ର ଦାସ, ସୁଜ୍ଞାନୀ ପଟ୍ଟନାୟକ, ରବୀନ୍ଦ୍ର ବେହେରା, ସମୀର ଅଧିକାରୀ, ନୀଳକଣ୍ଠ ଦାସ, ବାସନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା