ସୁଗୋ ଗ୍ରାମ ପଞ୍ଚାୟରେ ଉନ୍ନୟନ କାର୍ଯ୍ୟ ହୋଇ ପାରୁ ନ ଥିବାରୁ ଜିଲ୍ଲାପାଳଙ୍କୁ ଜନଶୁଣାଣୀରେ ଅଭିଯୋଗ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସୁଗୋ ଗ୍ରାମ ପଞ୍ଚାୟତର ସୁଗୋ ଉନ୍ନୟନ ଓ ସୁରକ୍ଷାମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଜନଶୁଣାଣୀ ଶିବିରରେ ଗ୍ରାମ ପଞ୍ଚାୟତର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉ ନ ଥିବାର ଅଭିଯୋଗ ଦିଆଯାଇଛି । ଆଧାର ସଂଶୋଧନ ଓ ସରକାରୀ କାଗଜପତ୍ରରେ ସରପଞ୍ଚଙ୍କ ଇଂରାଜୀ ମିଶା ଓଡ଼ିଆ ଦସ୍ତଖତର ଅଭିଯୋଗ ସହ ବର୍ତ୍ତମାନ ସୁଦ୍ଧା ପିଲ୍ଲୀସଭା ଓ ଗ୍ରାମସଭା ନ ହୋଇ ପାଇଖାନା ଲିଷ୍ଟ ଦାଖଲ ନ ହେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ତାଲିକାରୁ ବଞ୍ଚିତ ଯୋଗ୍ୟ ପରିବାରକୁ ସାମିଲ୍ନ କରିବା, ଜବ୍ କାର୍ଡ଼ରେ କାମ ନ ଦେବା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାମ ଆରମ୍ଭ ନ କରିବା, ବର୍ଷା ଦିନ ପୂର୍ବରୁ ରାସ୍ତା କାମ ନ କରିବା, ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ନ ପାଇବା, ଆବେଦନ କରି ଥିବା ବ୍ୟକ୍ତି ଭତ୍ତା ନ ପାଇବା, ଗାଁ କଲ୍ୟାଣ ଯୋଜନା ଆଦି କାମ ନ ହେବା ସହ ପୂର୍ବରୁ ପାସ୍‌ ହୋଇ ଥିବା ପ୍ରକଳ୍ପର ଅର୍ଥ ରାଶି ସହ ବର୍ତ୍ତମାନ ଆର୍ଥିକ ବର୍ଷ ପାଇଁ ଅନୁଦାନ ରାଶି ବିନିଯୋଗ ନ ହେବା ଫଳରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଫେଲ ମାରିଛି । ସେହିପରି ପୂର୍ବରୁ ଥିବା ଆରଡି ରାସ୍ତାର ପ୍ରକଳ୍ପ ବାଣିଦା ବସ୍ ଷ୍ଟାଣ୍ଡରୁ ଚକ ବାବନ ଭାୟା ଆଦିବାସୀ ସାହି ରାସ୍ତାକୁ ଟେଣ୍ଡର ଭୋକ୍ତ ନ ଥିବା ବେଳେ ଅନ୍ୟତ୍ର ନୂତନ ପ୍ରକଳ୍ପ ଆରଡି ରାସ୍ତାକୁ ଟେଣ୍ଡର ଭୋକ୍ତ ଥିବାର ଜାଣି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ନ କରିବା ଦୁଃଖ ଓ ପରିତାପର ବିଷୟ । ବିଶେଷକରି ପଞ୍ଚାୟତରେ ଥିବା ସମିତି ସଭ୍ୟ ଦିର୍ଘ ଦିନରୁ ପ୍ରକଳ୍ପର କାର୍ଯ୍ୟ ହେବା ନେଇ ଦୃଢୋକ୍ତି ପ୍ରକାଶ କରୁ ଥିବା ବେଳେ ବିଳମ୍ବ ହେଉ ଥିବାରୁ ଜନସାଧାରଣଙ୍କୁ ଭୁଆଁ ବୋଲାଉଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି । ବାକି ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ରେସନ୍,  ପିଏମ୍ କିଷାନ ଓ କାଳିଆରୁ ବଞ୍ଚିତ ବ୍ୟକ୍ତିଙ୍କୁ ଟଙ୍କା ପାଇବାରେ ବ୍ୟବସ୍ଥା ସହ ତୁରନ୍ତ ଅତ୍ୟାବଶ୍ୟକତା ଥିବା କାମକୁ କରିବା ସହିତ ଗଠନ ମୂଳକ ଓ ଦୃଷ୍ଟାନ୍ତ ମୂଳକ କାମ କରି ଆଦର୍ଶ ପଞ୍ଚାୟତ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସହଯୋଗ ପୂର୍ବକ ପଦକ୍ଷେପ ନେବାକୁ ଜଣାଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନ ଥିବାରୁ ମଞ୍ଚ ତରଫରୁ ଜିଲ୍ଲା ପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ମଞ୍ଚର ସଭାପତି ପଲଟୁ ଦାସ ସମେତ ସଂପାଦକ ବିନୟ ମହାନ୍ତି, ଆବାହକ ତନୋଜ ମହାନ୍ତି, ଧନଞ୍ଜୟ ମହାପାତ୍ର, ସୁଶାନ୍ତ ମହାନ୍ତି, ସନ୍ତୋଷ ଦାସ, ଗୌରୀକାନ୍ତ ମହାନ୍ତି, ଚନ୍ଦନ ମହାନ୍ତି, ପଟ୍ଟନାୟକ, ବ୍ରଜସୁନ୍ଦର ଦାସ, ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ଧନଞ୍ଜୟ ମହାପାତ୍ର, ପ୍ରବୀର ମହାନ୍ତି, ଉମେଶ ମହାପାତ୍ର ଆଦି ମଞ୍ଚର ପ୍ରତିନିଧି ନେତୃତ୍ଵ ମାନେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେବା ସହିତ ପଦକ୍ଷେପ ନ ନେଲେ ମଞ୍ଚ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ନିଆଯିବ ବୋଲି କୁହାଯାଇଛି । 

ରିପୋର୍ଟ : ଭୂପତି ପରିଡା