ଜଳେଶ୍ଵର ଶ୍ରମିକ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀରେ ବ୍ଲକ ଆଗରେ ଧାରଣା ଓ ଦାବୀ ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ରମିକ ସୁରକ୍ଷା  ଓ ଅଧିକାର ମଞ୍ଚ ଜଳେଶ୍ଵର ବ୍ଲକ କମିଟୀ ତରଫରୁ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଅବସରରେ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ଦାବୀ ପତ୍ର ପ୍ରଦାନ କରିଥିଲେ । ଗତ ୨୦୨୧/ ୨୨ ମସିହାର ଜିଲ୍ଲାପାଳଙ୍କ ଠିକ୍ ଏହିପରି ଜନଶୁଣାଣୀ ଅବସରରେ ସଂଗଠନ ତରଫରୁ ଯେଉଁ ସମସ୍ୟା ନେଇ ଦାବୀପତ୍ର ଦିଆ ଯାଇଥିଲା ଓ ଜିଲ୍ଲାପାଳ ହସ୍ତକ୍ଷେପ କରି ସମସ୍ୟା ଦୂର କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କିଛିବି ହୋଇ ପାରିଲା ନାହିଁ । ପ୍ରକୃତ ଶ୍ରମିକ ଦିର୍ଘଦିନ ରୁ ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଜଣେ ବି ଖଣ୍ଡିଏ ପରିଚୟ ପତ୍ର ପାଇ ନାହାନ୍ତି । ମାତ୍ର ରାତାରାତି ହଜାର ହଜାର କାର୍ଡ଼ ବାହାରୁଛି କିପରି ତାହା ପ୍ରଛନ୍ନ ଭାବରେ ସମସ୍ତଙ୍କୁ ଜଣା । ଗରିବ ଶ୍ରମିକ ଟିଏ କଣ ତାର ପରିଚୟ ପତ୍ର ପାଇବ ନାହିଁ ? ସେହିପରି ଘର, ଶିକ୍ଷା ଓ ବାହାଘର ସହାୟତା ପାଇଁ ୨ ବର୍ଷ ଧରି ଆବେଦନ କରିଥିଲେ ମଧ୍ୟ ପଛରେ ଅନ୍ୟମାନେ ଆବେଦନ କରି ସହାୟତା ସୁବିଧା ପାଉଛନ୍ତି । ଦାଖଲ କରିବା ସମୟରେ ଯାଞ୍ଚ କରି ଗ୍ରହଣ କରୁ ଥିବାର ପ୍ରମାଣ ଦେଉ ନ ଥିବାରୁ ଶ୍ରମ ଅଫିସ୍ ରେ ଫାଇଲ ମିଳୁ ନ ଥିବାର କଥା କହୁଥିବା ବେଳେ ଦାଖଲ କରାଯାଇ ନି ବୋଲି କହୁଛନ୍ତି । ଏହିଭଳି ଅବ୍ୟବସ୍ଥା ମଧ୍ୟରେ ଲାଞ୍ଚ ଦେଇ ପାରୁ ନ ଥିବା ଗରିବ ଶ୍ରମିକ ଟିଏ ସବୁଥିରୁ ବଂଚିତ ହେଉଅଛି । ତାର ଜ୍ଵଳନ୍ତ ଉଦାହରଣ ଭାବେ ନିଜେ ଶ୍ରମିକମାନେ ଧାରଣାରେ ବସି ଦାବୀ କରିଛନ୍ତି । ସରଜମିନ ତଦନ୍ତ ପାଇଁ ମଧ୍ୟ ଦାବୀ କରିଛନ୍ତି । ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମଞ୍ଚ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣରେ ବସିବେ ବୋଲି ଚେତାବନୀ ଦିଆଯାଇଛି । ମଞ୍ଚର ସମ୍ପାଦକ ପଲଟୁ ଦାସଙ୍କ ନେତୃତ୍ଵରେ ସି.ଆଇ.ଟି.ୟୁ ର ବ୍ଲକ ସଭାପତି ଦିପ୍ତିମାନ ଆଚାର୍ଯ୍ୟ  ଆଦାବାସୀ ମଞ୍ଚର ନେତା ମଦନ ମାହାଲି, ମହିଳା ଶ୍ରମିକ ସଂଗଠନର ନେତ୍ରୀ ସସ୍ମିତା ପ୍ରମାଣିକ, ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ଧନଞ୍ଜୟ ମହାପାତ୍ର, ସେକ୍ ଅବଦୁଲ ସାଦିକ, ଗବାନ ଗିରି, ଉମେଶ ପାତ୍ର, ଅଜିତ୍ ଦାସ, ମହାମାୟା ରାଜ, ସୀତା ଟୁଡ଼ୁ, କୁନା ଟୁଡ଼ୁ, ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଥିବା ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ଏହି ଭଳି ଅବ୍ୟବସ୍ଥା ସଂପର୍କରେ ବକ୍ତବ୍ୟ ରଖିଥିଲେ । ସିପିଆଇ (ଏମ୍ ) ର ବରିଷ୍ଠ ବାମପନ୍ଥି ନେତା ଦିଲ୍ଲିପ୍ କୁମାର ଗିରିଙ୍କ ଉପସ୍ଥିତି ରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦିଆ ଯାଇ ଥିବା ବେଳେ ଆଗାମୀ ୧୫ ଦିନ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ନିଆଯିବ ବୋଲି ଏହି ବାମପନ୍ଥି ନେତା ସହଯୋଗ ପୂର୍ବକ ମଞ୍ଚକୁ କହିବା ସହିତ ସରକାରଙ୍କ ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି । 

ରିପୋର୍ଟ : ଭୂପତି ପରିଡା