ସୀତାରାମ ଆଶ୍ରମରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହର ବାଜିଚୌକି ଠାରେ ଥିବା ସୀତାରାମ ଓଁକାର ନାଥ ଆଶ୍ରମରେ ପ୍ରତିବର୍ଷ ପରି ଚଳିତବର୍ଷ ୩୭ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଶନିବାର କଳସ ଶୋଭାଯାତ୍ରା କରାଯିବା ସହ ଘଟସ୍ଥାପନ, ସଂକଳ୍ପ, ତିର୍ଥଅବାହନ ଏବଂ ହବନ କାର୍ଯ୍ୟକ୍ରମ କରାଯାଇଥିଲା । ରବିବାର ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ହନୁମାନ ଚାଳିଶା ପାଠ, ରାମାର୍ଚ୍ଚନ ଆଦି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ରମାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ରାକେଶ କୁମାର ପଣ୍ଡା ଓ ଜଗନ୍ନାଥ ତ୍ରିପାଠୀ ଆଚାର୍ଯ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ପଣ୍ଡିତ ମୀନକେତନ ସାହୁ ଯୋଗଦେଇ ସୀତାମୋହ, ଶିବ ପାର୍ବତୀ ବିବାହ ଉପରେ ପ୍ରବଚନ ପ୍ରଦାନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି ।

ରିପୋର୍ଟ : ଶୁଭମ କୁମାର ପାଣି