ମା’ତାରିଣୀଙ୍କର ଜନ୍ମୋତ୍ସବ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହର ଶାସନ ଛକରେ ଥିବା ମା’ ତାରିଣୀଙ୍କର ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମା’ଙ୍କୁ ମାର୍ଜନା କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଫୁଲହାର, ଧୂପ, ଦୀପ ସମେତ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ସୂର୍ଯ୍ୟପୂଜା, ହୋମ ଯଜ୍ଞ କରାଯାଇଥିଲା । ସନ୍ଧ୍ୟାରେ ସତ୍ୟନାରାୟଣ ପୂଜା କରାଯାଇ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ଭକ୍ତମାନେ ଅଂଶ ଗ୍ରହଣ କରି ମା’ଙ୍କ ଦର୍ଶନ କରି ସାମୁହିକ ପ୍ରସାଦ ସେବନ କରିଥିଲେ । ମନ୍ଦିର କମିଟିର ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି