ସିଭିଲଜଜ୍‌ଙ୍କ ଘରୁ ଚୋରି : ୩ ଅଭିଯୁକ୍ତ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ସିଭିଲ ଜଜ୍‌ଙ୍କ ଘରୁ ଜାନୁଆରୀ ୩୧ରେ ଏକ ମୋଟର ପମ୍ପ ଚୋରୀ ହେବା ସଂପର୍କରେ ଥାନାରେ ଅଭିଯୋଗ ହୋଇ କେସ୍ ୪୭/୨୦ମୂଳେ ରୁଜୁ ହୋଇଥିଲା । ଜଳେଶ୍ୱର ପୁଲିସ୍ ସିଭିଲ ଜଜ୍‌ଙ୍କ ଘରେ ଥିବା ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରି ରାଜପୁର ଗାଁର ସେକ୍ ନିଜାମୁଦ୍ଦିନଙ୍କ ପୁଅ ସେକ୍ ରହେମତ୍‌(୩୫)ଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲେ । ସେ ଏହି ପାଣି ପମ୍ପଟିକୁ ଝାଡେଶ୍ୱରପୁରର ମଦିନା ହାଡୱାରର ମାଲିକ ସେକ୍ କାସିମ୍‌ବକ୍ସଙ୍କ ପୁଅ ସେକ୍ ସକିଲ ବକ୍ସ (୨୩)ଙ୍କୁ ୮ଶହ ଟଙ୍କାରେ ବିକ୍ରି କରିଥିଲା । ଆଜି ରବିବାର ପୁଲିସ୍ ଚୋରି ମୋଟରକୁ ଉଦ୍ଧାର କରିବା ସହ ଉକ୍ତ ଘଟଣାରେ ସଂପୃକ୍ତ ବାଘାବାଳିର ଅଜିତ୍ ବେହେରାଙ୍କ ପୁଅ ସୁନିଲ ବେହେରା (୨୦) ସମେତ ୩ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟରେ ହାଜର କରିଥିବା ବେଳେ ସେମାନଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ଜେଲ ହାଜତ୍‌କୁ ପଠାଇ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା