ସଡକ ଦୁର୍ଘଟଣାରେ ଯୁବକ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବଡବଜାର ଠାରେ ଆଜି ରବିବାର ଦ୍ୱିପ୍ରହରରେ ଏକ ସଡକ ଦୁର୍ଘଟଣାରେ ପଶ୍ଚିମବଂଗର ଦାନ୍ତୁନ ଥାନା ଅଂଚଳର ଶକ୍ତିପଦ ବେରାଙ୍କୁ ପୁତ୍ର ମାନଗୋବିନ୍ଦ ବେରା (୪୦) ଗୁରୁତର ହୋଇ ପ୍ରଥମେ ଜିକେ ଭଟ୍ଟର ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛି । ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସଂଗେ ସଂଗେ ଚଲାଉଥିବା ବାଇକ୍‌ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା