ସିପିଏମ୍‌ର ବରିଷ୍ଠ ସଦସ୍ୟ ଓ ଅବସରପ୍ରାପ୍ତ ଡାକ ଅଡିଟରଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସିପିଏମ୍ ଟାଉନ୍ ବ୍ରାଞ୍ଚର ବରିଷ୍ଠ ସଦସ୍ୟ ତଥା ଡାକ ବିଭାଗର କଲିକତାସ୍ଥିତ ମୁଖ୍ୟକାର୍ଯ୍ୟାଳୟର ଅଡିଟରଭାବେ ଅବସରଗ୍ରହଣ କରିଥିବା ବସନ୍ତ ମହାନ୍ତି (୯୦) ଗତ ୨୯ ତାରିଖ ମଂଗଳବାର ରାତ୍ରି ୨.୪୫ମି.ରେ ବାର୍ଦ୍ଧକ୍ୟଜନୀତ ମୃତ୍ୟୁରେ ପଡିଛନ୍ତି । ଅବସରପରେ ସେ ନିଜ ଗାଁ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପାଇକସିଦାରେ ରହୁଥିଲେ ମଧ୍ୟ ସିପିଏମ୍ ପ୍ରତି ତାଙ୍କର ଆଦର ରହିଥିଲା । ମୃତ୍ୟୁ ବେଳେ ପୁଅ ଆଇନ୍‌ଜୀବି ସନ୍ଦିପ ମହାନ୍ତି, ପରିବାରବର୍ଗ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିବା ବେଳେ ସିପିଏମ୍‌ର ନେତା ଦିଲ୍ଲିପ ଗିରି ଓ ଆଇନ୍‌ଜିବୀ ଜିତାଂଶୁ ସେଖର ନନ୍ଦି ଶେଷ ଦର୍ଶନ କରିଥିଲେ ।