ବ୍ରହ୍ମପୁର ଯୁବ କଂଗ୍ରେସ ପକ୍ଷରୁ ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧିଙ୍କୁ ଆକ୍ରମଣ ଓ ଗିରଫ ଘଟଣା ପ୍ରତିବାଦରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଯୁବ କଂଗ୍ରେସ ପକ୍ଷରୁ ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧିଙ୍କୁ ଆକ୍ରମଣ ଓ ଗିରଫ ଘଟଣା ପ୍ରତିବାଦରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଛି । ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଅସୁରକ୍ଷିତ ଥିବା ନାରୀ ସମାଜକୁ ସୁରକ୍ଷା ପ୍ରଦାନରେ ଅସଫଳ କାରଣରୁ ପ୍ରତ୍ୟହ ପ୍ରଦେଶରେ ନାରିଯାତିଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଥିବା ବେଳେ ସରକାର ନିଜ ଆତ୍ମପ୍ରଚାରରେ ବ୍ୟସ୍ଥ ରହୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଦେଶରେ ମନିଷା ବାଲ୍ମୀକି ନାମ୍ନୀ ଜନୈକା ଯୁବତୀଙ୍କ ପ୍ରତି ଅମାନବୀୟ ଗଣଧର୍ଷଣ ଘଟଣାରେ ସରକାରଙ୍କ ଉଦାସୀନତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ଵରେ ଯୁବ କଂଗ୍ରେସ ପାଖରୁ ଉତ୍ତରପ୍ରଦେଶରେ କରାଯାଇଥିବା ପ୍ରତିବାଦ ସଭାରେ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ପୋଲିସ୍ ସଭା ଭଣ୍ଡୁର ଉଦ୍ୟମ କରି କର୍ମୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । କିଛି କର୍ମୀଙ୍କୁ ଲାହୁ ଲୁହାଣ କରିଥିବା ବେଳେ ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରିଥିବା ଜଣାପଡିଛି । ଉତ୍ତରପ୍ରଦେଶ ସରକାରଙ୍କ ଏତାଦୃଶ ଅମାନବୀୟ, ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ କାର୍ଯ୍ୟଧାରାକୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ପ୍ରାଦେଶିକ ସ୍ତରରେ ଏହାର ଦୃଢ଼ ନିନ୍ଦା କରାଯିବା ସହିତ ପ୍ରତିବାଦ କରାଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ୟୁପି ସରକାରଙ୍କ ଆଭିମୁଖ୍ୟକୁ ଦୃଢ ବିରୋଧ କରାଯିବା ସହ ପ୍ରତିବାଦ କରାଯାଇଛି । ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ କଂଗ୍ରେସର ଦଳୀୟ କାର୍ଯ୍ୟଳୟ ସମ୍ମୁଖରେ ଯୁବ କଂଗ୍ରେସର ସଭ୍ୟ ଓ କର୍ମକର୍ତ୍ତା ମିଳିତ ସମବେତରେ ଉଭୟ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ବିଜେପି ନେତୃତ୍ଵାଧୀନ ସରକାରଙ୍କ ଅପାରଗତା ଲୁଚାଇବା ନେଇ କଂଗ୍ରେସ ବିରୋଧୀ ଢାଲ ପ୍ରୟୋଗକୁ ଦୃଢ଼ ନିନ୍ଦା କରିଥିଲେ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ସରକାରଙ୍କ ଅଶୋଭନୀୟ ଆଚରଣକୁ ପ୍ରତିବାଦ କରିବା ସହିତ ରାଜ୍ୟ ସରକାରଙ୍କୁ ଧିକ୍କାର କରିଥିଲେ ଉଭୟ ମୋଦି ଏବଂ ଯୋଗୀଙ୍କ କୁଶପୁତ୍ତଳିକା ଧରି ଅଗ୍ନି ସଂଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ପକ୍ଷରୁ ପ୍ରମିତ ରଞ୍ଜନ ମହାପାତ୍ର, ପିଣ୍ଟୁ ଜେନା, ଚିନ୍ମୟ କୁମାର ହୋତା, ସୁପ୍ରଭା କୁମାରୀ ଦାଶ, ସୁଶ୍ରିଶ୍ମିତା ଶତପଥୀ, ଭବାନୀ ସାହୁ, ଅଭିଷେକ ମହାନ୍ତି, ୟୁ ଶ୍ରୀନାଥ ପାତ୍ର, ମନୋଜ ଦାସ, ରବି ଦାଶ, ସିଦ୍ଧାନ୍ତ ସାହୁ, ସାଇ ପ୍ରସାଦ ପାଢ଼ୀ, ଟିକିନା ସାହୁ, ସିଲୁ ସାହୁ, ପି ରଜରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା