ସିପିଆଇ ପକ୍ଷରୁ ଗଣ ବିକ୍ଷୋଭ : କରୋନା ପ୍ରଭାବିତ ଜନସାଧାରଣଙ୍କୁ ସହାୟତା ଦାବୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବଡଖେମୁଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣରେ ପ୍ରଭାବିତ ଜନସାଧାରଣଙ୍କୁ ସହାୟତା ପ୍ରଦାନ ନିମନ୍ତେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଗଣ ବିକ୍ଷୋଭ ପ୍ରଦର୍ଶନ ସିପିଆଇ ଗଞ୍ଜାମ ଜିଲ୍ଲା ସହସମ୍ପାଦକ ଅଳକ ନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଅଖିଳ ଭାରତ ଯୁବସଙ୍ଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ, ଆଞ୍ଚଳିକ ସଂପାଦକ କିଶୋର ଶତପଥୀ, ଆଞ୍ଚଳିକ ସହ ସଂପାଦକ ତପନ କୁମାର ମିଶ୍ର, ସିପିଆଇ ଯୁବନେତା ଦୈତାରି ରେଡ୍ଡୀ, ସିଦ୍ଧେଶ୍ୱର ଶାଖା ସଂପାଦକ ମୂଷା ବେହେରା, ଅଶ୍ଵିନୀ ବିଷୋୟୀ, କୃଷ୍ଣଚନ୍ଦ୍ର ବେହେରା, ଚନ୍ଦନ ଗୌଡ, ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରି ରାଜ୍ୟରେ ଗତ ସାମୁଦ୍ରିକ ବାତ୍ୟା ଅମ୍ପାନରେ କ୍ଷତିଗ୍ରସ୍ତ, କରୋନାରେ ପ୍ରଭାବିତ ଅସହାୟ ଗରିବ ଓ ସାଧାରଣ ଜନସାଧାରଣଙ୍କୁ ସରକାରୀ ସହାୟତା ସହ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଦାବୀ କରି ଏହି ବିକ୍ଷୋଭ ପ୍ରଦାନ କରାଯାଇଥିବା । ବର୍ତ୍ତମାନ ସମଗ୍ର ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ନିଜର କାୟା ବିସ୍ତାର କରିବାରେ ଲାଗି ରହିଛି । ଏହାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ ଡାଉନ ଜାରି କରାଯାଇଛି  । ଯାହା ଫଳରେ ସାଧାରଣ ଲୋକେ ନିଜର କାମ ଧନ୍ଦା ହରାଇବା ସହ ପରିବାର ଚଳାଇବା ପାଇଁ ଅର୍ଥର ଅଭାବରୁ ବହୁ ସମସ୍ୟାର ସମ୍ମୁଖୀନ ହୋଉଛନ୍ତି । ଗୋଟିଏ ପଟେ କରୋନା ଦାଉ ସାଜିଥିବା ବେଳେ ଅନ୍ୟପଟେ ରାଜ୍ୟର କେତେକ ଜିଲ୍ଲାରେ ମହାବାତ୍ୟା ଅମ୍ଫାନ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏନେଇ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବିଡ଼ିଓ ହଳଧର ଶବରଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ତ୍ରିନାଥ ଶବରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏମଜିଏନଆରଇଜିଏ ଯୋଜନାରେ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇ ଦିଆଯାଉ, ସମସ୍ତ ପ୍ରବାସୀ ଶ୍ରମିକ ପରିବାରଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପରିବାରଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉ, କରୋନା ମହାମାରୀ ଆଳରେ ଶ୍ରମ ଆଇନକୁ ଭଣ୍ଡୁର ଉଦ୍ୟମକୁ ବନ୍ଦ କରାଯାଉ, ସମସ୍ତ ଶ୍ରମିକଙ୍କୁ ୧୫ ଶହ ଟଙ୍କା ବଦଳରେ ୫ ହଜାର ଟଙ୍କା ପ୍ରଦାନ କରାଯାଉ, କୃଷି ଋଣ ଛାଡ଼ କରାଯିବା ସହ ବିନା ସୁଧରେ କୃଷି ଋଣ ପ୍ରଦାନ କରାଯାଉ, ଦିଗପହଣ୍ଡି ସହରର ବାଦ୍ ପଡ଼ିଥିବା ସମସ୍ତ ଗରିବ ଅସହାୟଙ୍କୁ ରାସନ୍ କାର୍ଡ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ପ୍ରଦାନ କରାଯାଉ, ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କାର୍ଡ ପ୍ରଦାନ କରାଯାଉ । ସମସ୍ତ ଗ୍ରାମାଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ କରାଯାଉ, ଭୀଷ୍ମଗିରି ପଞ୍ଚାୟତରେ ମାଛ ଚାଷ ନାଁ’ରେ ଦୁର୍ନୀତିର ତଦନ୍ତ କରାଯାଉ, ଗ୍ରାମାଞ୍ଚଳର ସମସ୍ତ କୃଷକଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ରାଶି ପ୍ରଦାନ କରାଯାଉ ବୋଇ ଦାବି କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା