ପାଣିରେ ବୁଡି ଯୁବକର ମୃତ୍ୟୁ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ଛେଦାଭୁମି ଗ୍ରାମର ମନୁ ନାୟକ (୨୭) କେନାଲ ପାଣିରେ ବୁଡି ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ମନୁ ଗତକାଲି ସନ୍ଧ୍ୟାରେ କଲେଜ ପଛ ପଟେ ଥିବା ଏକ କେନାଲକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଘର ଲୋକେ ଖୋଜା ଖୋଜି କରିବା ପରେ ଆଜି ସକାଳ ସମୟରେ କିଛି ଲୋକ ମୃତ ଦେହ ପାଣିରେ ବୁଡି ରହିଥିବା ଦେଖିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲକୁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ମନୁର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି ।

ରିପୋର୍ଟ : ନିଲୁ ବିଷୋୟୀ