ସିପିଆଇଏମ୍ ପକ୍ଷରୁ ସହୀଦ୍ ଦିବସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସହିଦ୍ ଭଗତ ସିଂ, ରାଜଗୁରୁ ଓ ସୁଖାଦେବଙ୍କ ବଳିଦାନ ଦିବସ ଅବସରରେ ସିପିଆଇଏମ୍ ପକ୍ଷରୁ ଅଗ୍ରୱାଲା ଛକ ନିକଟରେ ସହୀଦ୍ ଦିବସ ପାଳନ ହୋଇଯାଇଛି । ସ୍ୱାଧିନତାର ୭୪ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଗଣତନ୍ତ୍ର ଓ ସମ୍ବିଧାନ ଆଜି ସଂକଟରେ । ଭଗତ ସିଂଙ୍କ ବିପ୍ଳବ, ଫାସିବାଦ, ସାମ୍ରାଜବାଦ, ଜାତିବାଦ, ସାମ୍ପ୍ରଦାୟିକତାବାଦ ବିରୋଧେରେ ଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଦିଲ୍ଲିପ ଗିରିଙ୍କ ସଭାପତିତ୍ୱରେ ସିତାଂଶୁ ସେନାପତି, ଶିକ୍ଷକ ନେତା ଅକ୍ଷୟ ମିଶ୍ର, ଜିତାଂଶୁ ନନ୍ଦୀ, ପଲ୍ଟୁ ଦାସ, ଆକବର ସାହା, ରବିନ୍ଦ୍ର ବାରିିକ, ରତନ ଦାସ, ବସନ୍ତ ପ୍ରଧାନ, ମଦନ ମହାଲି, ଲକ୍ଷ୍ମିଧର ପଲାଇ, ଜତିନ୍ ଜେନା, ନିରୋଜ ବେହେରା, ନରେନ୍ ସିଂ ପ୍ରମୁଖ ଯୋଗ ଦେଇ ଆଜିବି ଭଗତ ସିଂ ଭଳି ବିପ୍ଳବ କରିବାର ଆବଶ୍ୟକତା ରହିଛି । ସମାଜବାଦ ହିଁ ଏକମାତ୍ର ଜିଇଁବାର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ଉପକଣ୍ଠରେ ୧୨୦ଦିନ ଧରି ଚାଷୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ୩ଶହରୁ ଅଧିକ ଚାଷୀ ସହିଦ୍ ହୋଇ ସାରିଲେଣି ବୋଲି କହିଥିଲେ । ସେହିଭଳି ରାଜପୁରଠାରେ ସରପଂଚ ଦିଲ୍ଲିପ କୁମାର ପରିଡାଙ୍କ ସଭାପତିତ୍ୱରେ ପ୍ରଶାନ୍ତ ପ୍ରଧାନ, ଗଣେଶ ପାତ୍ର, ଲାଇଫର ମୁଖ୍ୟ ତ୍ରିଲୋଚନ ଗିରି, ରାଧାଶ୍ୟାମ ସାହୁ, ହରିଶ୍ଚନ୍ଦ୍ର ଭୂୟାଁ ପ୍ରମୁଖ ସହିଦ୍ ଦିବସ ସଂପର୍କରେ ବକ୍ତବ୍ୟ ରଖି ଏବେବି ଆଉ ଜଣେ ଭଗତ୍ ସିଂର ଆବଶ୍ୟକତା ସଂପର୍କରେ କହିଥିଲେ ।