ଜଳେଶ୍ୱରର ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗେଇବା ପାଇଁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହର ଏକ ଉପାନ୍ତ ଅଂଚଳ ହୋଇଥିବାରୁ ଅପରାଧ ମୂଳକ କାର୍ଯ୍ୟ ଘଟି ଆସୁଛି । ବିଶେଷ କରି ବ୍ୟାପକ ଚୋରା କାରବାର, ନିଶା କାରବାର ଓ ଅସାମାଜିକ ବ୍ୟକ୍ତିଙ୍କ କାଯ୍ୟ ଜାଣିବାଲାଗି ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବାକୁ ଜଳେଶ୍ୱର ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦାବି ହୋଇଛି । ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଥାନା, ବ୍ଲକ, ତହସିଲ, ଗୋଷ୍ଠି ଶିକ୍ଷା, ସବ୍‌ରେଜେଷ୍ଟ୍ରି, ଡାକ୍ତରଖାନା, ସବ୍‌ଜେଲ, ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ବ୍ୟାପକ ଭିଡ ସୁଯୋଗରେ ଛିନ୍ତାଇ, ଚୋରୀ ଡକାୟତିୀ ହୋଇ ଆସୁଛି । ଜଳେଶ୍ୱର ସହରକୁ ୬୦ନଂ ଜାତୀୟ ରାଜପଥରୁ ହସ୍‌ପିଟାଲ ବାଇପାସ୍‌, ଚାଲନ୍ତି ବାଇପାସ୍‌, ପଶ୍ଚିମବାର୍ଡ ରାସ୍ତା, ଲକ୍ଷ୍ମଣନାଥ ଓଟି ରୋଡ ଦେଇ ସହରକ ମଧ୍ୟକୁ ପ୍ରବେଶ ପଥ ଥିବାରୁ ଏସବୁ ସ୍ଥାନରେ ନିଶାକାରବାରୀଙ୍କ ଗତିବିଧି ଜାଣିବାଲାଗିସିସିଟିଭି ଲଗାଇବାକୁ ଦାବି କରି ଆଜି ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଧାୟକ, ଜିଲାପାଳ, ନଗର ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଜୁ ଯୁବଜନତାର ଟାଉନ୍ ସଭାପତି ଆନନ୍ଦ କର, ଛାତ୍ର ବିଜେଡିର ଟାଉନ୍ ସଭାପତି ସୁରଜ ଚୌରାସିଆ, ବ୍ଲକ ଯୁବ ସଭାପତି ଚନ୍ଦନ କର, ଛାତ୍ର ଜନତା ସଭାପତି କାଳିଚରଣ ଦାସ , ରାସବିହାରୀ ରଣା ପ୍ରମୁଖ ନେତୃତ୍ୱରେ ଆଜି ଦାବିପତ୍ର ଦିଆଯାଇଥିବା ଜଣାଯାଇଛି ।