ସିଡିଏସ୍ ଜନେରାଲ୍ ବିପିନ୍ ରାୱତଙ୍କ ଅମର ଆତ୍ମାର ସଦଗତି କାମନା କଲେ କୁଶପଡା ଛାତ୍ରଛାତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କୁଶପଡା ଗ୍ରାମରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସିଡିଏସ୍ ଜନେରାଲ୍ ବିପିନ୍ ରାୱତଙ୍କ ଦେହାନ୍ତରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଛାତ୍ରଛାତ୍ରୀ ସହୀଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନଟ୍ ନୀରବ ପ୍ରାର୍ଥନା ଏବଂ କେଣ୍ଡେଲ୍ ମାର୍ଚ୍ଚ କରାଯାଇଥିଲା । ଶୋକ ବକ୍ତବ୍ୟ ସମାଜସେବୀ ସମ୍ଭବ କୁମାର ତ୍ରିପାଠୀ ପ୍ରଦାନ କରିଥିଲେ । ଏସ୍. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଶୋକ ସଭାଟି ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏସ୍.ରବିନ୍ଦ୍ର ପାତ୍ର, ବି.ଚନ୍ଦନ ଦୋରା, ଅର୍ଚନା ପାତ୍ର, ଶଙ୍କର ଦୋରା, ବିଜୟ ସିକନ୍, ସାଇ, ଚନ୍ଦ୍ରକାନ୍ତ, ସ୍ୱାଧୀନ, ବର୍ଷା ଓ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଦେଶ ପାଇଁ ଆଜିର ଦିନଟି କଳା ଦିବସ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା