ସାହାରା ଇଣ୍ଡିଆ କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତାଙ୍କ ପକ୍ଷରୁ ଜନସାଧାରଣଙ୍କ ଜମାଧନ ଫେରସ୍ତ ପାଇଁ ସ୍ମାରକ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସାହାରା ଇଣ୍ଡିଆ ଶାଖାର କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ମାନେ ଜନସାଧାରଣଙ୍କ ଜମାଧନ ତୁରନ୍ତ ଫେରସ୍ତ କରିବା ଉଦ୍ଦେଶ୍ୟରେ ଛତ୍ରପୁର ଗ୍ରସ୍ତରେ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ସାହାରା ଇଣ୍ଡିଆରେ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ଜମାଧନ ମେଚୁରିଟି ହେବା ସତ୍ୱେ ସେମାନେ ସେମାନଙ୍କ ପ୍ରାପ୍ୟ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି l ଯାହାଫଳରେ କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତା ଜନସାଧାରଣଙ୍କ ଅସନ୍ତୋଷର ଶିକାର ହେଉଛନ୍ତି l ଏହି ସବୁ ସମସ୍ୟାର ମୂଳ କାରଣ ହେଉଛି ସାହାରା ସେବୀ ମଧ୍ୟରେ ଅତୁଟ ବିବାଦ l ଏଣୁ ସାହାରା ଇଣ୍ଡିଆର କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ସେମାନଙ୍କ ପରିଶ୍ରମିକ ପ୍ରାପ୍ୟ ଦରମା ତଥା କମିଶନ ଦୀର୍ଘ ଦିନରୁ ପାଇପାରୁନାହାନ୍ତି l କେନ୍ଦ୍ର ସରକାର ଏହି ବିବାଦରେ ହସ୍ତକ୍ଷେପ କରି ସାହାରାସେବୀ ବିବାଦ ତୁଟାଇଲେ କୋଟି କୋଟି ଜନସାଧାରଣ ଉପକୃତ ହେବା ସହ କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ମଧ୍ୟ ଉପକୃତ ହେବା ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଶାଖା ପରିଚାଳକ ସୁଶୀଲ ଦାସ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରମୋଦ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ସାହୁ, ସାହେବ ପାତ୍ର, ବି.ଜଗଦୀଶ ରାଓ, ସୁକାନ୍ତ କୁମାର ସାହୁ, ଦୀନବନ୍ଧୁ ସାହୁ, ଡି. କାମେଶ୍ୱର ରାଓ, ଦଣ୍ଡପାଣି ସାହୁ, ସିମାଞ୍ଚଳ ସାହୁ ଓ ଏନ ଗଙ୍ଗାଧର ରେଡ୍ଡୀଙ୍କ ସମେତବହୁ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା