ଭିକ୍ଷୁକଙ୍କୁ ଥଇଥାନ ଦାବିରେ ସିପିଏମ୍‌ର ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟି ସମ୍ମୁଖରେ ଅସହାୟ ସଂଘର ସଭାପତି ଦିଲ୍ଲିପ ଗିରିଙ୍କ ନେତୃତ୍ୱରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ମାନେ ପୌରପାଳିକାର କାର୍ଯ୍ୟନିର୍ବାହି ଅଧିକାରୀ ଅଜୟ ମହାପାତ୍ରଙ୍କୁ ଭେଟି କେତେକ ଦାବି ଉପସ୍ଥାପନ କରିଥିଲେ । ଜଳେଶ୍ୱର ସହରରେ ଦୀର୍ଘବର୍ଷ ଧରି କେତେକ ବୃଦ୍ଧ, ବୃଦ୍ଧା, ଅସହାୟ, ନିରଶ୍ରୟ ବ୍ୟକ୍ତି ଭିକ୍ଷାବୃତ୍ତି କିମ୍ବା ଜରି ଗୋଟାଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ରିହି ଜିବନ ବିତାଇ ଆସୁଛନ୍ତି । ପ୍ରଶାସନ କିମ୍ବା ରାଜନେତାଙ୍କର ସେମାନଙ୍କ ଉପରେ ଦୃଷ୍ଟି ପଡିନାହିଁ । ଖରା, ବର୍ଷା, ଶୀତ, କାକରରେ ସେମାନେ ନିଜକୁ ଅବହେଳିତ ମଣୁଥିବା ବେଳେ ମଣିଷ ପଣିଆ ପ୍ରତି ଅଂଗୁଳି ନିର୍ଦ୍ଦେଶ କରି ଆସୁଛି । ଅପପୃଷ୍ଟି ଯୋଗୁଁ ସେମାନଙ୍କ ଛୋଟ ପିଲା ଓ ମହିଳା ଅକାଳରେ ଝରି ପଡୁଛନ୍ତି । ସେମାନଙ୍କ ସାମାଜିକ ଜୀବନଚର୍ଯ୍ୟା ଲାଗି ଆଜି ଅସହାୟ ସଂଘ ପକ୍ଷରୁ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ଦାବି ଉଠାଇଛନ୍ତି । ସେମାନଙ୍କୁ ପରିଚୟ ପତ୍ର ଦେବା, ଆଶ୍ରୟସ୍ଥଳ ନିର୍ମାଣ, ପୃଷ୍ଟି ସାଧନ କେନ୍ଦ୍ରରେ ସେମାନଙ୍କୁ ଖାଦ୍ୟ ଯୋଗାଇବା, ମାଗଣାରେ ଚିକିତ୍ସା ଯୋଗାଇବା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା, ଭତ୍ତା ପ୍ରଦାନ ଓ ସାମାଜିକ ନିରାପତ୍ତା ସହିତ କାମଧନ୍ଦା ଯୋଗାଇବା ଦାବି ହୋଇଛି । ସଭାପତି ଦିଲ୍ଲିପ କୁମାର ଗିରି, ସବିତା ଭୂୟାଁ, ପଲ୍ଟୁ ଦାସ, ଝିଲ ମଣ୍ଡଳ, ଲକ୍ଷ୍ମି ବିନ୍ଧାଣି, ସୁମିତ୍ରା ବିନ୍ଧାଣି, ସୁଜାତା ବିନ୍ଧାଣି, ଗଂଗା ମଣ୍ଡଳ, ମଦିନା ବିବି, ଡୁଙ୍ଗୁରି ବିନ୍ଧାଣି, ଗୁରୁବାରି ବିନ୍ଧାଣି, ରହିମା ବିବି, ମୁନା ମଲ୍ଲିକ, ବିକ୍ରମ କିସ୍କୁ, ଜମୁନା ମଲ୍ଲିକ ଓ ଝରଣା ରାଓ ପ୍ରମୁଖ ଏହି କାଯ୍ୟ୍ରର୍କମରେ ଯୋଗ ଦେଇଥିଲେ । ଶେଷରେ କାର୍ଯ୍ୟନିର୍ବାହି ଅଧିକାରୀ ଅଜୟ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା